ପଶ୍ଚିମବଙ୍ଗରୁ ଓଡ଼ିଶାମୁହାଁ ଝାଡ଼ଖଣ୍ଡୀ ହାତୀପଲ

ଜଳେଶ୍ବର/ଓଲମରା: ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଝାଡ଼ଖଣ୍ଡୀ ହାତୀପଲ ଗତକାଲି ଠାରୁ ପୁଣି ଓଡ଼ିଶା ଆଡ଼କୁ ମୁହାଁଇଥିବା ଜଣା ପଡ଼ିଛି। ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ହାତୀପଲ ଓଡ଼ିଶାର କେନ୍ଦୁଖୁଣ୍ଟା ଜଙ୍ଗଲଠାରୁ ମାତ୍ର ଦେଢ଼କିମି ଦୂର ଅର୍ଥାତ୍ ପଶ୍ଚିମବଙ୍ଗର କେଶରେଖା ରେଞ୍ଜ ସାତପଉଟିଆ ନିକଟସ୍ଥ ପାଇଲଟ ଛକ ନିକଟରେ ରହିଥିବା କୁହାଯାଇଛି। ହାତୀପଲକୁ ଏକ ବିଶାଳକାୟ ଦନ୍ତା ବାଟ କଢ଼େଇ ଆଣୁଥିବା ସୂଚନା ମିଳିଛି।

ଓଡ଼ିଶା ସୀମାଠାରୁ ମାତ୍ର ସାମାନ୍ୟ ଦୂରତାରେ ଥିବା ବାଉଁଶଖାଲି ଓ ତେନ୍ତୁଳିବଣ ଜଙ୍ଗଲ ଆଡ଼କୁ ହାତୀପଲ ଅଗ୍ରସର ହେଉଥିବା ବେଳେ ଏହି ଦୁଇ ଜଙ୍ଗଲକୁ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ବିସ୍ତୀର୍ଣ୍ଣ ବନାଞ୍ଚଳ ସଂଲଗ୍ନ ହୋଇଥିବାରୁ ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ପଲରେ ୭୧ଟି ହାତୀ ରହିଥିବା ବେଳେ ଆଜି ରାତି ସୁଦ୍ଧା ଓଡ଼ିଶା ସୀମାକୁ ପ୍ରବେଶ କରିବେ ବୋଲି କେଶରେଖା ରେଞ୍ଜର ଓଡ଼ିଶା ବନ ବିଭାଗକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର