ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଫୁଜିଆନ୍‌ ପ୍ରତିନିଧି ଦଳ

ଭୁବନେଶ୍ବର : ଚୀନ ଫୁଜିଆନ୍‌ ପ୍ରଦେଶର ଡି.ଜି. ଡିପାର୍ଟମେଣ୍ଟ ଅଫ୍‌ କର୍ମସର ଉ ନକ୍ସିଆଙ୍ଗଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି।

ଏହି ଆଲୋଚନା ସମୟରେ ଓଡ଼ିଶା ଓ ଫୁଜିଆନ୍‌ ପ୍ରଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ବୃଦ୍ଧି ପ୍ରସଙ୍ଗ ଉଠିଥିଲା। ମୁଖ୍ୟମନ୍ତ୍ରୀ ନିକଟରେ ଅନୁଷ୍ଠିତ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ସଫଳତା ସଂପର୍କରେ ପ୍ରତିନିଧି ଦଳଙ୍କୁ ଅବଗତ କରାଇଥିଲେ। ଉଭୟ ପ୍ରଦେଶ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ସଂପର୍କ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଆଲୋଚନା କାଳରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍‌, ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍‌ଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର