ଇତିହାସକୁ ଅବଲୋକନ କରି ଆଗାମୀ ଦିନର ପଥ ପ୍ରସ୍ତୁତ କରିବାକୁ ହେବ: ଧର୍ମେନ୍ଦ୍ର

ଭୁବନେଶ୍ବର : ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ସମୟରେ ଆମର ଇତିହାସ, ଆମର ଉତ୍ପତି ଏବଂ ପୂର୍ବପୁରୁଷଙ୍କ ବିଚାରଧାରାକୁ ଅବଲୋକନ କରି ଆଗାମୀ ୭୫ ବର୍ଷ ପର୍ଯ୍ୟନ୍ତ ପଥ ପ୍ରସ୍ତୁତ କରିବାକୁ ପଡ଼ିବ। ‘ଦେଖୋ ଅପନା ଦେଶ୍‌’ ୱେବିନାରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ‌ଯେ, ପର୍ଯ୍ୟଟନ କେବଳ ଉଲ୍ଲାସର ବିଷୟ ନୁହେଁ ବରଂ ଏହା ଶିକ୍ଷାର ବିଷୟ। ଆମକୁ ଆମର ପ୍ରାଚୀନ ଇତିହାସ ଏବଂ ଆମର ଉତ୍ପତି ବିଷୟରେ ସ୍ପଷ୍ଟୀକରଣ ରଖିବା ଦରକାର।

ଆମେ ବିଗତ ୭୫ ବର୍ଷରେ ମିଳିଥିବା ଶିକ୍ଷା ଏବଂ ଉପଲବ୍ଧିକୁ ମନେପକାଇ ଆଗାମୀ ୭୫ ବର୍ଷ ପର୍ଯ୍ୟନ୍ତ ମାର୍ଗ ପ୍ରସ୍ତୁତ କରିବା ଦରକାର। ଆଗାମୀ ୨୫ ବର୍ଷରେ ଯେବେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା, ସେ ସମୟରେ ଆଜିର ଯୁବପିଢ଼ି ଭବିଷ୍ୟତର ନେତୃତ୍ୱ ନେବେ। ଆମକୁ ସେହି ଯୁବପିଢ଼ିଙ୍କୁ ଭାରତର ଐତିହ୍ୟ ସହ ଯୋଡ଼ିବା ସହ ଆଧୁନିକ ସମାଜ ପାଇଁ ପ୍ରସ୍ତୁତ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର