ଆଉ ଜଣେ କୋଟିପତି ପିଇଓଙ୍କ ଘରେ ଚଢ଼ଉ

ଗାଇସିଲାଟ୍ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଇସିଲାଟ ବ୍ଲକ ତlଲପାଲି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପାଣ୍ଡବ ନନ୍ଦ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ତାଙ୍କ ତାଲପାଲି ପଞ୍ଚାୟତ କାର୍ଯ୍ୟାଳୟ ଓ କଲଙ୍ଗାପାଲି ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଯାଂଚ ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ କୋଟିଏ ଟପିଛି। ତାଙ୍କର ୩୨.୨୭ ଲକ୍ଷ ଟଙ୍କାର ବୀମା, ୭୫ଲକ୍ଷ ଟଙ୍କାର ଘର, ୧୦.୬୬ଲକ୍ଷ ଟଙ୍କାର ଚାରି ଚକିଆ, ୧୩.୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୪୪,୯୦୦ ଟଙ୍କାର ସୁନା ଅଳଂକାର, ୪.୮୮ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ, ୩.୭୭ ଲକ୍ଷ ଟଙ୍କାର ଜମି ଥିବା ଜଣାପଡ଼ିଛି। ସମ୍ବଲପୁର, ବରଗଡ଼, ବଲାଂଗୀର ଏବଂ ସୋନପୁରର ଭିଜିଲନ୍ସ ଟିମ୍‌ ମିଳିତ ଭାବେ ଏହି ଚଢ଼ଉ କରିଥିଲେ।

ସମ୍ବନ୍ଧିତ ଖବର