୪୦ଏକର ଗଂଜେଇ ଚାଷ ନଷ୍ଟ

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ମହାଡିମ୍ବି, ପାରିମା, ସୌରା ରେଲା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାବ ପକ୍ଷରୁ ୪୦ ଏକର ଗଂଜେଇ ଗଛ ଗୁଡିକୁ ପୋଡି ନଷ୍ଟ କରିଦେଇଛନ୍ତି। ପ୍ରାୟ ୮୮ହଜାର ଗଂଜେଇ ଗଛକୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି। ଏହି ଚଢାଉରେ ଗୁଣପୁର ଏସଡିପିଓ ଅଶ୍ବିନି ନାୟକ, ଅବକାରୀ ବିଭାଗ, ରାଜସ୍ବ ବିଭାଗ, କେନ୍ଦୁଗୁଡା ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର