ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ୩୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ କୋଭିଡ୍ ଯୋଦ୍ଧା

ଗଞ୍ଜାମ: ସୋମବାର ଗଞ୍ଜାମ ଜିଲ୍ଲାରୁ ଆଉ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୯୨୫ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୭୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪୮ଜଣ କରୋନାରେ ସଂକ୍ରମିତ ଥିବା ପ୍ରକାଶ ପାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ୩୨ଜଣଙ୍କ ମଧ୍ୟରୁ ଦୁଇଜଣ କରୋନା ଯୋଦ୍ଧା ଅଛନ୍ତି । ଏହି ଯୋଦ୍ଧା ଦୁଇଜଣଙ୍କ ମଧ୍ୟରୁ ଜଣେ ଭଞ୍ଜନଗର ଅଞ୍ଚଳର ଓ ଅନ୍ୟ ଜଣେ ଆସ୍କା ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ବାହାରୁ ଆସିଥିବା ୭ଜଣ ଚିହ୍ନଟ ପଜିଟିଭ ହୋଇଛନ୍ତି। ସେ ମଧ୍ୟରୁ ୪ଜଣ ସୁରତ ଫେରନ୍ତା, ଜଣେ ତାମିଲନାଡୁ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଜଣେ କୋଲ୍ଲାପୁର ଫେରନ୍ତା ବୋଲି ସୂଚନା ରହିଛି । ବାହାର ଫେରନ୍ତାଙ୍କ ମଧ୍ୟରୁ ଜଣେ ବେଲାଗୁଣ୍ଠା , ଦୁଇଜଣ ବୁଗୁଡା , ଦୁଇଜଣ କେ.ଏସ୍‌ ନଗର, ଜଣେ ଖଲିକୋଟ ଓ ଜଣେ ପୋଲସରା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି  ୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସଂକ୍ରମିତ ୨୩ଜଣଙ୍କ ମଧ୍ୟରୁ ୩ଜଣ ଆସ୍କା ଅଞ୍ଚଳର, ଜଣେ ବେଗୁନିଆପଡ଼ା ଅଞ୍ଚଳର, ଦୁଇଜଣ ବେଲାଗୁଣ୍ଠା ଅଞ୍ଚଳର, ଦୁଇଜଣ ବ୍ରହ୍ମପୁର ମୁନିସିପାଲଟି ଅଞ୍ଚଳର ଓ ଜଣେ ଧରାକୋଟ ଅଞ୍ଚଳର, ଚାରିଜଣ ଜଗନ୍ନାଥ‌ ପ୍ରସାଦ ଅଞ୍ଚଳର, ଦୁଇଜଣ କେଏସ୍‌ ନଗର ଅଞ୍ଚଳର, ଦୁଇଜଣ ଖଲିକୋଟର, ୫ଜଣ କୁକୁଡାଖଣ୍ଡି ଓ ଜଣେ ସାନଖେମୁଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର