୧୦୭/୧୧୬ ଧାରାରେ ୬୪,୫୬୧ଜଣ ବ୍ୟକ୍ତିଙ୍କୁ ଅଟକ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ନିମନ୍ତେ ବର୍ତମାନ ସୁଦ୍ଧା ୧୪,୨୬୦ଟି ଗିରଫ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋଡ ୧୦୭/୧୧୬ ଧାରା ଅନୁଯାୟୀ ୬୪,୫୬୧ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଆଜି ଏ ନେଇ ସୂଚନା ଦେଇଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କାର୍ଯ୍ୟାଳୟ। ଏହି ସୂଚନାନୁସାରେ ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ପ୍ରାୟ ୫୫୧୯ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜମା ହୋଇଛି। ଲାଇସେନ୍ସ ନଥିବା ୨୫୦ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଛି ୧୪୬୫.୫୮୪ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ। ଉଭୟ ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ୧୫୭୨୧୪.୪୩୨ ବଲ୍‌କ ଲିଟର ମଦ ଜବତ କରିଛନ୍ତିି। ଏସବୁ ମଦର ଆନୁମାନିକ ମୂଲ୍ୟ ୪ କୋଟି ୧୦ ଲକ୍ଷ ୨୬ ହଜାର ୧୭୪ ଟଙ୍କା। ଏହାବ୍ୟତୀତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ସର୍ବସାଧାରଣ ସ୍ଥାନରେ ଲାଗିଥିବା ୫୫ ଲକ୍ଷ ୩୧ ହଜାର ୬୫୨ଟି ଏବଂ ଘରୋଇ ମାଲିକାନାରେ ଥିବା ସ୍ଥାନରେ ବେଆଇନ ଭାବେ ଲାଗିଥିବା ୪ ଲକ୍ଷ ୧୫ ହଜାର ୧୩୮ଟି ହୋର୍ଡିଂ ଓ ପୋଷ୍ଟର ଆଦିକୁ ହଟାଯାଇଥିବା ସିଇଓ କାର୍ଯ୍ୟାଳୟ ସୂଚନାରୁ ଜଣାଯାଇଛି।

ସମ୍ବନ୍ଧିତ ଖବର