ଓଡ଼ିଶାର ୮ଟି ଜିଲ୍ଲାରେ ସୁନା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି

ନୂଆଦିଲ୍ଲୀ : ପ୍ରାରମ୍ବିକ ପର୍ଯ୍ୟାୟରେ ଦେଶର ଯେଉଁ ୨୫୬ ଟି ଜିଲ୍ଲାରେ ସୁନା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି, ସେଥିରେ ଓଡିଶାର ୮ଟି ଜିଲ୍ଲା ସାମିଲ ଅଛି। ୮ଟି ଜିଲ୍ଲା ଗୁଡିକ ହେଲା- ବାଲେଶ୍ବର, ଭଦ୍ରକ,କଟକ,ଗଂଜାମ, ଯାଜପୁର,ଖୋର୍ଦ୍ଧା,ମୟୁରଭଂଜ ଓ ସମ୍ବଲପୁର | ଏସବୁ ଜିଲ୍ଲାମାନଙ୍କରେ ପ୍ରତିଷ୍ଠା କରାଯାଇଥିବା ହଲମାର୍କିଂ କେନ୍ଦ୍ର ୨୮,୮୪୯ ବିଏସ ପଞ୍ଜିକୃତ ଜୁଏଲର ପାଇଁ ହଲମାର୍କିଂ କରୁଛି।

ସୁନାର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ଗତକାଲିଠାରୁ କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟ ଦ୍ବାରା ସୁନାଗହଣାର ହଲମାର୍କିଂକୁ ବାଧ୍ୟତାମୁଳକ କରାଯାଇଥିବା ବେଳେ ଆଗାମୀ ଦିନରେ ଦେଶରେ ହଲମାର୍କିଂ କେନ୍ଦ୍ରମାନଙ୍କର ସଂଖ୍ୟା ମଧ୍ୟ ବଢାଇବାର ଲକ୍ଷ୍ୟ ରଖାଯାଇଥିବାର ଜଣାପଡିଛି। କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟର ତଥ୍ୟ ଅନୁସାରେ ତାମିଲନାଡୁରେ ୨୪ଟି, ଗୁଜରାଟରେ ୨୩ଟି,ମହାରାଷ୍ଟ୍ରରେ ୨୨ଟି, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ୧୯ଟି ଲେଖାଏଁ,ରାଜସ୍ଥାନରେ ୧୮ଟି, ହରିୟାଣାରେ ୧୫ଟି, କର୍ଣ୍ଣାଟକରେ ୧୪ଟି,ବିହାର ଓ କେରଳରେ ୧୩ଟି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶ ଓ ପଞ୍ଜାବର ୧୨ଟି ଜିଲ୍ଲାରେ ସୁନା ହଲମାର୍କିଂକୁ ବାଧ୍ୟତାମୁଳକ କରାଯାଇଛି।

ସମ୍ବନ୍ଧିତ ଖବର