ଓଡ଼ିଶାର ଗୋପାଳପୁର ବନ୍ଦରରେ ପହଞ୍ଚିଲା ପ୍ରଥମ ବୃହତ କେପସାଇଜ୍‌ ଜାହାଜ

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଅବସ୍ଥିତ ଗୋପାଳପୁର ବନ୍ଦରରେ ପ୍ରଥମ କେପସାଇଜଡ୍‌ ଜାହାଜ ଲାଗିଛି । ପ୍ରାୟ ୧୦୫,୦୦୦ ଟନ ଚୂନପଥର ବୋଝେଇ ହୋଇଥିବା ଏହି ଜାହାଜଟି ଗତ ଶନିବାର ଅର୍ଥାତ ଅକ୍ଟୋବର ୧୨ ତାରିଖ ଦିନ ବନ୍ଦରରେ ଲାଗିଥିଲା ।
ଗୋପାଳପୁର ବନ୍ଦରର ଏକ ପ୍ରମୁଖ ଗ୍ରାହକ ଜେଏସପିଏଲ ଉପସାଗରୀୟ ଅଞ୍ଚଳରୁ ଏହି ଚୂନପଥରକୁ ଏସାର ସିପିଂର ଜାହାଜରେ ଆମଦାନୀ କରିଛି । ଗୋପାଳପୁର ବନ୍ଦରର ଏବେ ସଂପ୍ରସାରଣ କାର୍ଯ୍ୟ ଚାଲିଛି । ଏହା ମଧ୍ୟମରେ ବନ୍ଦରର ଚ୍ୟାନେଲକୁ ଖୋଳି ଅଧିକ ଗଭୀର କରାଯାଉଛି, ଯେପରିକି ବଡ଼ ବଡ଼ ଜାହାଜ ବନ୍ଦରରେ ପ୍ରବେଶ କରିପାରିବ । ଏହି ସଂପ୍ରସାରଣ ଫଳରେ ଗୋପାଳପୁର ବନ୍ଦର ଏବେ ଭାରତର କେତେକ ମୁଷ୍ଟିମେୟ ବନ୍ଦର ମଧ୍ୟରେ ସାମିଲ ହୋଇଛି ଯେଉଁଠାରେ ବୃହତ କେପସାଇଜ ଜାହାଜ ପ୍ରବେଶ କରିପାରିବ ।

ଏହି ଅବସରରେ ସାପୁରଜୀ ପାଲୁନ ଜୀ ପୋର୍ଟ ମେଣ୍ଟୋନାନ୍ସ ପ୍ରା ଲିଃର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ କହିଛନ୍ତି ଯେ  ଅଳ୍ପ ସମୟ ମଧ୍ୟରେ ହିଁ ସାପୁରଜୀ ପାଲୁନଜୀ ଗୋପାଳପୁର ପୋର୍ଟକୁ ଏକ ବିଶ୍ୱସ୍ତରୀୟ ବନ୍ଦରରେ ପରିଣତ କରିପାରିଛି ।

ସମ୍ବନ୍ଧିତ ଖବର