ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା: ୧୦ଟି ଜିଲ୍ଲାରେ ୩୮୦ କିଲୋମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବନ୍ଧ ନିର୍ମାଣ କରାଯିବ

ଭୁବନେଶ୍ବର: ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକକୁ ମଜବୁତ କରିବା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ୩୮୦ କିଲୋମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବନ୍ଧ ନିର୍ମାଣ କରିବ ଜଳ ସଂପଦ ବିଭାଗ। ପଥର ବନ୍ଧ ସହ ତାର ଜାଲିରେ ଆବଦ୍ଧ କରାଯିବ।

ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୯୪୪ କୋଟି ଖର୍ଚ୍ଚ ପାଇଁ ଯୋଜନା କରାଯାଇଛି । ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ପ୍ରଥମେ ଏହି କାର୍ଯ୍ୟ ଆରମ୍ଭ ହେବ। ଡିପିଆର ପ୍ରସ୍ତୁତ ସରିଛି। ଆଗାମୀ ସମୟରେ ଏଥିପାଇଁ ୬ରୁ ୭ ହଜାର କୋଟି ଖର୍ଚ୍ଚ ହେବ। ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ସମ୍ବନ୍ଧିତ ଖବର