ଗୁଜୁରାଟ ସରକାର ଦେଲେ ୫ କୋଟି

୩୦ ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧ କୋଟି ୫୨ଲକ୍ଷ ପ୍ରଦାନ

ଭୁବନେଶ୍ବର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ୩୦ଟି ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧କୋଟି ୫୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଗୁଜୁରାଟ ସରକାର ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗୁଜୁରାଟ ସରକାରଙ୍କ ଶିକ୍ଷା, ବେସାମରିକ ବିମାନ ଚଳାଚଳ ଓ ଆଇନ ମନ୍ତ୍ରୀ ଭୂପେନ୍ଦ୍ର ସିଂ ଚୂଡ଼ାସାମା ଓ ରାଜକୋଟ ମ୍ୟୁନସିପାଲ କମିସନର ବାଞ୍ଝାନିଧି ପାଣି ଆଜି ସଚିବାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେକ୍ ପ୍ରଦାନ କରିଛନ୍ତି।

ଏହା ସହିତ ଏନ୍‌ଏଏଫଇଡି ପକ୍ଷରୁ ଏହାର ପରିଚାଳନା ନିର୍ଦେଶକ ସଂଜୀବ ଚଢ଼ା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହାସହି ଆରପିସାଓ ମାଇନସ ପକ୍ଷରୁ ୨କୋଟି, ରାମକୋ ସିମେଣ୍ଟ ପକ୍ଷରୁ ୨କୋଟି, ମେସ୍କୋ ଷ୍ଟିଲ ପକ୍ଷରୁ ୭୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଏମ୍‌ସି ପାୱାର ଜେନେରେସନ୍ ଲିମିଟେଡ୍ ୨୦ଲକ୍ଷ, ଅଭିଷେକ କଣ୍ଟେକ୍ ୧୦ଲକ୍ଷ, ୟୋଗଦା ସତ୍‌ସଂଗ ପକ୍ଷରୁ ସ୍ବାମୀ ସ୍ମରଣାନନ୍ଦ ଗିରି ୧୫ଲକ୍ଷ, କଳିଙ୍ଗ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ମଞ୍ଚ ୧୦ହଜାର ଟଙ୍କା, ଉତ୍କଳ କୋପରେଟିଭ୍ ବ୍ୟାଙ୍କ ୧୦ଲକ୍ଷ, ଏଣ୍ଡିଅଭର ଫାଉଣ୍ଡେସନ୍‌ର ନିର୍ଦେଶକ ସମ୍ବିତ ଦାସ ୧ଲକ୍ଷ, ବାଚସ୍ପତି ପ୍ରଦୀପ କୁମାର ଅମାତ ୮୧ହଜାର ଟଙ୍କା, ମନ୍ତ୍ରୀ ଅନନ୍ତ ଦାସ ୧ଲକ୍ଷ, ମାନସ ରଂଜନ ସାହୁ ୨ଲକ୍ଷ ୯୯୭୯ଟଙ୍କା, ବିଧାୟକ ଅତନୁ ସବ୍ୟସାଚୀ ୧ଲକ୍ଷ, ଲତିକା ପ୍ରଧାନ ୫୦ ହଜାର, ବେଗୁନିଆପଡ଼ା ପଞ୍ଚାୟତ ସମିତି ୧.୫ଲକ୍ଷ, କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ୧.୦୧ଲକ୍ଷ, ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ୫୦ହାଜର, କାଞ୍ଚନ ଫାଉଣ୍ଡେସନ୍ ୧୦ହଜାର, ପ୍ରକାଶ ପଟ୍ଟନାୟକ ୫୦ହଜାର, ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଓଡ଼ିଶା ଶାଖା ୧ଲକ୍ଷ, ବିଧାୟକ ଅଶ୍ବିନୀ ପାତ୍ର ୧ଲକ୍ଷ, ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଶିବ ବିଶ୍ବାଳ ଓ ବିରୁପାକ୍ଷ ତ୍ରିପାଠୀ ୧ଲକ୍ଷ, ଭୁବନେଶ୍ବର ଦୁଇ ବାଳକବାଳିକା ୫୧୦୦ଟଙ୍କା, ଓଡ଼ିଶା ସଚିବାଳୟ ସେବା ସଂଘ ୧ଲକ୍ଷ, ପୂର୍ବତନ ପ୍ରମୁଖ ଆକାଉଣ୍ଟାଣ୍ଟ ଜେନେରାଲ ଅମର ପଟ୍ଟନାୟକ ତାଙ୍କର ୬ମାସ ପେନସନ ପରିମାଣ ୩.୫୪ଲକ୍ଷ, ଓଡ଼ିଶା ଭାସ୍କର ପକ୍ଷରୁ କୌସ୍ତୁଭ ଦାସ ୫୦ହଜାର, ଓଡ଼ିଶା ଏଜୁକେସନ୍ ସର୍ଭିସ୍ ସ୍କୁଲ ଶାଖା ସଂଘ ୨ଲକ୍ଷ, କଟକ ସରସ୍ବତୀ ସାଇନ୍‌ସ କଲେଜ ୫୦ହଜାର ଓ ଭେଟେରାନ୍‌ସ କ୍ଲବର ସଭାପତି ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିବା ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର