ହଜରତ ମୌଲାନା ଜଲାଲଙ୍କ ପରଲୋ‌କ

ଭୁବନେଶ୍ବର : ଜମିଅତ ଉଲେମା, ଓଡ଼ିଶାର ଅଧ୍ୟକ୍ଷ ତଥା ଅମିର-ଏ-ସରିୟତ ‌ହଜରତ ମୌଲାନା ମହମ୍ମଦ ଜଲାଲ କାସମୀ ସାହେବଙ୍କର ପର‌େଲାକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହୋଇଥିଲା। ଗତକିଛି ଦିନ ଧରି ସେ ଅସୁସ୍ଥ ଥିଲେ। କଟକରେ ଗତ ୧୨ ତାରିଖରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ୧୩ ତାରିଖରେ ଜନ୍ମସ୍ଥାନ ସବଲଙ୍ଗ କବରସ୍ଥାନରେ ତାଙ୍କୁ କବର ଦିଆଯାଇଛି। ଏହି ଅବସରରେ ଆୟୋଜିତ ନମାଜେ ଜନାଜାରେ ହଜାର ହଜାର ଲୋକ ଭାଗ ନେଇଥିବା ଜଣାପଡ଼ିଛି। ପ୍ରାର୍ଥନାର ନେତୃତ୍ବ ନେଇଥିଲେ ତାଙ୍କର ବଡ଼ ପୁଅ ମୌଲାନା ବିଲାଲ କାସମୀ।

୧୯୪୧ରେ ଜନ୍ମଗ୍ରହଣ କରିଥିବା ମୌଲାନା ଜଲାଲ ତାଙ୍କର ପ୍ରାଥମିକ ଶିକ୍ଷା ଅସୁରେଶ୍ବର ହାଇସ୍କୁଲରୁ ଆରମ୍ଭ କରିଥିଲେ। ଏହାପରେ ସେ ମରକଜୁଲ ଓଲୁମ ସୁଙ୍ଗଡ଼ା ଏବଂ ଦାରୁଲ ଓଲୁମ ଦେଓବନ୍ଦରେ ଶିକ୍ଷା ହାସଲ କରିଥିଲେ। ୧୯୬୪ରେ ସେ ସବଲଙ୍ଗରେ ମଦ୍ରାସା ପ୍ରତିଷ୍ଠା କରିଥିଲେ। କିଛି ଦିନ ପାଇଁ ‌େସ ହାଇସ୍କୁଲରେ ଉର୍ଦୁ ଶିକ୍ଷକ ଭାବେ ଶିକ୍ଷା ଦାନ କରିଥିଲେ। ୨୦୦୭ରୁ ସେ ଜମିଅତ ଉଲେମା ଓଡ଼ିଶାର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ। ସେ ନିଜ ଜୀବନକୁ ଲୋକଙ୍କ ସେବାରେ ନିୟୋଜିତ କରିଥିଲେ। ଶାନ୍ତି, ଏକତା, ସଦ୍‌ଭାବନା ପ୍ରତିଷ୍ଠା ପାଇଁ ତାଙ୍କର ଉଦ୍ୟମକୁ ନେଇ ସେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଲୋକପ୍ରିୟ ଥିଲେ ବୋଲି ତାଙ୍କର ପୁତ୍ର ମୌଲାନା ମୁଫତି ଜମାଲ ପ୍ରକାଶ କରିଛନ୍ତି। ତାଙ୍କର ପରଲୋକରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର