ସୁସ୍ଥ ପରିବେଶ ଓ ସୁନ୍ଦର ସ୍ବାସ୍ଥ୍ୟ ସଚେତନତା ପାଇଁ ଅଣ୍ଟାଭିଡ଼ିଲେ ସରକାରୀ କର୍ମଚାରୀ ଓ ବ୍ୟବସାୟୀ 

ଜୟପୁର: କୋଭିଡ୍ ସଂକ୍ରମଣ ଏବଂ ଏହାର ଭୟାବହତାକୁ ସବୁ ମର୍ମେ ମର୍ମେ ଅଙ୍ଗେ ନିଭାଇଛନ୍ତି। ଏହା ପରଠାରୁ ସୁସ୍ଥ ପରିବେଶ ଓ ସୁନ୍ଦର ସ୍ବାସ୍ଥ୍ୟ ଗଠନ ହୋଇ ପାରିବ ସେ ଦିଗରେ ସବୁ ଯତ୍ନବାନ ହେବାରେ ଲାଗି ପଡ଼ିଛନ୍ତି। ‘ସିୱା’ ଅନୁଷ୍ଠାନ ପକ୍ଷରୁ ଚାଳିଥିବା ସାପ୍ତାହିକ ରବିବାର ଅଭିଯାନ ‘ସାଇକେଲ ଚଲାଅ ସୁସ୍ଥ ରୁହ’ ଓ ପୂର୍ବରୁ ଚାଲି ଆସିଥିବା ପରିବେଶ ପ୍ରଦୂଷଣକୁ ରୋକିବା, ବୃକ୍ଷରୋପଣ କରିବା ଏବଂ ପଲିଥିନ୍ ବର୍ଜନ ଅଭିଯାନରେ ସହରର ବହୁ ସରକାରୀ କର୍ମଚାରୀ, ବ୍ୟବସାୟୀ, ଯୁବବର୍ଗ ମିଳିତ ଭାବେ ଅଣ୍ଟାଭିଡ଼ି ସାମିଲ ହୋଇଛନ୍ତି।

ଗତ କିଛି ସପ୍ତାହ ହେବ ପ୍ରତ୍ୟେକ ରବିବାରଦିନ ଭୋର ସକାଳୁ ସହରରୁ ଏହି ଦଳ ବାହାରି ସହରର ବିଭିନ୍ନ ସାହି , ଗଳିରୁ ବିଭିନ୍ନ ଗାଁକୁ ଯାଇ ସଚେତନତା ସୃଷ୍ଟି କରୁଛନ୍ତି। ପରିବେଶ ପ୍ରଦୁଷଣକୁ ରୋକିବା, ପଲିଥିନ୍ ବର୍ଜନ, ବୃକ୍ଷରୋପଣ , ସୁନ୍ଦର ସ୍ବାସ୍ଥ୍ୟ ଗଠନ, ନିଜ ନିଜ ବାରିରେ ଜୈବିକ ସାର ବ୍ୟବହାର କରି ପନିପରିବା ଚାଷ କଭଳି କରି ହେବ ସେ ଉପରେ ପରାମର୍ଶ ଦେଉଛନ୍ତି। ସିୱାର କିଛି ସଂଖ୍ୟକ ସଭ୍ୟଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ଅଭିଯାନରେ ଦିନକୁ ଦିନ ସଭ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ୨୦ଜଣ ସଭ୍ୟ ଜୟପୁରରୁ ବାହାରି କାଳିଆ ଗାଁ ପର୍ଯ୍ୟନ୍ତ ଦେଇ ଜୟପୁର ସହରକୁ ଫେରିଥିଲେ ବୋଲି କହିଛନ୍ତି ଅନୁଷ୍ଠାନର ସଭାପତି ଅଜୟ ମିଶ୍ର।

ସମ୍ବନ୍ଧିତ ଖବର