ଯାତ୍ରୀଙ୍କ ପାଇଁ ହେଲ୍‌ପଲାଇନ୍

ଭୁବନେଶ୍ୱର: କଟକ ରେଳ ଷ୍ଟେସନରେ ରେଳବାଇ ପକ୍ଷରୁ ଏକ ସ୍ବତନ୍ତ୍ର ହେଲପ ଲାଇନ୍ ନମ୍ବର ଜାରି କରିଛି। ଏହି ନମ୍ବର ୪୫୫୮୮୯୯୧୭। ଏହି ନମ୍ବର ମାଧ୍ୟମରେ ରେଳଯାତ୍ରୀ ସମସ୍ତ ପ୍ରକାର ସହଯୋଗ ନେଇପାରିବେ। ଏହାବାଦ୍ ଯାତ୍ରୀଙ୍କ ସମ୍ପର୍କିତ ତଥ୍ୟ ଜାଣିବାକୁ ପରିବାର ଲୋକେ ୯୩୩୨୩୯୨୩୩୯, ୮୨୪୯୫୧୫୫୯, ୮୪୮୦୮୩୧୮୩୧ ନମ୍ବରରେ ଯୋଗାଯୋଗ କରି କେଉଁ ହସପିଟାଲରେ ଚିକିତ୍ସିତ ହେଉଛନ୍ତି, ସେ ସମ୍ପର୍କରେ ତଥ୍ୟ ନେଇପାରିବେ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି।

୯୦ ଜଣଙ୍କୁ କ୍ଷତିପୂରଣ ରାଶି ବାଣ୍ଟିଲେ ରେଳ ବୋର୍ଡ ଚେୟାର୍‌ମ୍ୟାନ୍

ରେଳ ବୋର୍ଡ ଅଧ୍ୟକ୍ଷ ଆର.ଏସ ଲୋହାଟି କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଆହତଙ୍କୁ ଭେଟିବା ସହିତ ଆହତଙ୍କୁ କ୍ଷତିପୂରଣ ରାଶି ଚେକରେ ବାଣ୍ଟିଛନ୍ତି। ସେ ଦିନ ପ୍ରାୟ ୧୨ଟା ୩୦ରେ ପହଞ୍ଚି ଗୁରୁତର ଥିବା ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ଓ ସାମାନ୍ୟ କ୍ଷତ ହୋଇଥିବା ଯାତ୍ରୀଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ୯୦ ଜଣଙ୍କୁ ଏହି ଅର୍ଥରାଶି ବଣ୍ଟାଯାଇଛି। ଏହି ଅର୍ଥରାଶି ବଣ୍ଟନ କାର୍ଯ୍ୟ ରାତି ସାରା ଚାଲିବ ବୋଲି ଯୋଜନା ରହିଛି। ଖୋର୍ଧା ଡିଭିଜନର ସିନିୟର ଡିଭିଜନାଲ କମରସିଆଲ୍ ମ୍ୟାନେଜର ଅମିତେଶ ଆନନ୍ଦଙ୍କ ନେତୃତ୍ବରେ ଏକ ଟିମ୍ ଅର୍ଥରାଶୀ ବଣ୍ଟନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର