ଟେଣ୍ତର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍

କଟକ: କଳାହାଣ୍ତି ଫରେଷ୍ଟ ଡିଭିଜନ ଅଧିନରେ ଟେଣ୍ତର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଟେଣ୍ଡର ହା‌ତେଇଥିବା ସଂସ୍ଥାକୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଶକ୍ତି ବାୟୋ ଫର୍ଟିଲାଇଜର ପକ୍ଷରୁ ଆଇନଜୀବୀ ଭାରତୀ ଦାଶ ମାମଲା ପରିଚାଳନା କରୁଛନ୍ତି। ମାମଲାରେ କଳାହାଣ୍ତି ଫରେଷ୍ଟ ଡିଭିଜନ ଡିଏଫଓ, ଜିଲ୍ଲାପାଳ, ପଞ୍ଚାୟତିରାଜ ସଚିବ, ଉଦ୍ୟାନ ବିଭାଗ ନିର୍ଦ୍ଦେଶକକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର