ହୀରାକୁଦର ସମସ୍ତ ଗେଟ୍‌ ବନ୍ଦ ହେଲା

ସମ୍ବଲପୁର : ମହାନଦୀର ଉପର ମୁଣ୍ଡରୁ ଜଳ ପ୍ରବାହ କମିବା ପରେ ଆଜି ହୀରାକୁଦ ନଦୀବନ୍ଧର ଖୋଲାଥିବା ଶେଷ ଗୋଟିଏ ଗେଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ରାତି ୯ଟା ସୁଦ୍ଧା ବନ୍ଧରେ ଜଳସ୍ତର ୬୨୬.୩୫ ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୨୭ ହାଜର ୯୯୦ କ୍ୟୁସେକ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ବାଟ ଦେଇ ୧୫ ହଜାର ୨୮୧ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦର ଉପରମୁଣ୍ଡରେ ୦.୨ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର