ହୀରାକୁଦର ୧୨ ଗେଟ୍‌ ଖୋଲା, ଜଳସ୍ତର ୬୨୫ ଫୁଟ୍‌ ଉପରେ

ସମ୍ବଲପୁର : ଶୁକ୍ରବାର ଦିନ ତମାମ ହୀରାକୁଦ ବନ୍ଧର ୧୨ଟି ଗେଟ୍‌ ଖୋଲା ରହିଛି। ରାତି ୯ଟା ବେଳକୁ ଜଳଭଣ୍ଡାରର ଜଳସ୍ତର ୬୨୫.୩୫ ଫୁଟ୍ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧,୮୮,୮୧୫ ଘନଫୁଟ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨,୧୪,୨୨୫ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ୱେ’ର ୮ ଓ ଡାହାଣ ପାର୍ଶ୍ବର ୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୧,୯୨,୯୯୬ କ୍ୟୁସେକ୍‌ ପାଣି ମହାନଦୀକୁ ଛଡ଼ା ଯାଉଥିଲା। ସେହିପରି ପାୱାର ଚାନେଲକୁ ୧୮,୪୪୦ କ୍ୟୁସେକ୍‌, ବିଭିନ୍ନ କେନାଲ‌ ଦେଇ ୨,୬୧୯ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡରେ ବେଲଗାଁରେ ୭୦ ହଜାର, ପଥର୍ଲାରେ ୨,୩୨,୨୮୬ କ୍ୟୁସେକ୍‌, ଖଇରମାଳରେ ୫,୦୮,୦୦୦ କ୍ୟୁସେକ୍‌, ବରମୂଳରେ ୩,୧୬,୨୫୦ କ୍ୟୁସେକ୍‌, ମୁଣ୍ଡଳିରେ ୨,୦୧,୯୨୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।

ସମ୍ବନ୍ଧିତ ଖବର