ହୀରାକୁଦର ଗୋଟିଏ ଗେଟ୍‌ ଖୋଲା

ସମ୍ବଲପୁର: ମଙ୍ଗଳବାର ମଧ୍ୟ ହୀରାକୁଦ ଜଳଭଣ୍ଡାରର ଗୋଟିଏ ସ୍ଲୁଇସ୍‌ ଗେଟ୍‌ ବନ୍ୟା ଜଳ ନିଷ୍କାସନ କରାଯାଉଛି। ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୩.୮୭ ଫୁଟ୍‌ରେ ପହଂଚିଥିବା ବେଳେ ଜଳଭଣ୍ଡାରକୁ ୭୭,୬୪୪ କ୍ୟୁସେକ ଜଳ ପ୍ରବେଶ କରୁଥିଲା ଓ ୨୯,୪୯୮ କ୍ୟୁସେକ ନିଷ୍କାସିତ ହେଉଥିଲା। ସେଥିରୁ ଗୋଟିଏ ସ୍ଲୁଇସ୍‌ ଗେଟ୍‌ ଦେଇ ୧୫,୧୫୧ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ସାଢ଼େ ୮ଟା ସୁଦ୍ଧା) ଜଳଭଣ୍ଡାର ଉପର ମୁଣ୍ଡରେ ୧୨.୫୨ ମିମି ଓ ତଳମୁଣ୍ଡରେ ୨୧.୧୬ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର