ହୀରାକୁଦ ଜଳସ୍ତର ୬୨୫.୩୯ ଫୁଟ, ୨୦ ଗେଟ୍‌ ଖୋଲା

ସମ୍ବଲପୁର: ମଙ୍ଗଳବାର ମଧ୍ୟ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ ଖୋଲା ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୫.୩୯ ଫୁଟ ରହିଥିଲା। ସକାଳ ୬ଟା ବେଳକୁ ୬୨୫.୩୭ ଫୁଟ, ୯ଟା ବେଳକୁ ୬୨୫.୩୭ ଫୁଟ, ଦିନ ୧୨ଟା ବେଳକୁ ୬୨୫.୩୯ ଫୁଟ, ଦିନ ୩ଟା ବେଳକୁ ୬୨୫.୩୯ ଫୁଟ, ସନ୍ଧ୍ୟା ୬ଟା ବେଳକୁ ୬୨୫.୩୯ ଫୁଟ ରହିଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ୩,୪୧,୮୭୫ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ୩,୪୧,୮୭୫ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ତନ୍ମଧ୍ୟରୁ ବାମ ପାର୍ଶ୍ବ ସ୍ପିଲ୍‌ୱେ’ର ୧୪ ଓ ଡାହାଣ ପାର୍ଶ୍ବର ୬ଟି ସ୍ଲୁଇସ୍ ଗେଟ୍ ଦେଇ ୩,୨୧,୭୦୦ କ୍ୟୁସେକ୍‌, ପାୱାର ଚାନେଲକୁ ୧୮,୪୮୬ କ୍ୟୁସେକ୍‌, ବିଭିନ୍ନ କେନାଲ‌ ଦେଇ ୧୫୧୯ କ୍ୟୁସେକ୍‌, ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡ ବେଲଗାଁରେ ୩୫,୮୦୦ କ୍ୟୁସେକ୍‌, ପଥର୍ଲାରେ ୧,୧୫,୪୬୫ କ୍ୟୁସେକ୍‌, ଖଇରମାଳରେ ୫ ଲକ୍ଷ ୮ ହଜାର କ୍ୟୁସେକ୍‌, ବରମୂଳରେ ୫ ଲକ୍ଷ ୨୭ ହଜାର ୨୫୦ କ୍ୟୁସେକ୍‌, ମୁଣ୍ଡଳିରେ ୬ ଲକ୍ଷ ୯୦ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୩.୪୧ ମିମି ଓ ତଳ ମୁଣ୍ଡରେ ୫.୦୯ ମିମି ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର