ଭାରତ ବନ୍ଦ ବେଳେ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମଙ୍ଗଳବାର ଦିନ ହେବାକୁ ଥିବା ଭାରତ ବନ୍ଦକୁ  ନେଇ ସତର୍କ ରହିବାକୁ ରାଜ୍ୟର ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ରାଜ୍ୟ ଗୃହ ବିଭାଗ  । କୃଷି ଆଇନକୁ ବିରୋଧ କରି ଆସନ୍ତା କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରିବେ ଚାଷୀ ସଂଗଠନ । ବନ୍ଦ ବେଳେ ଗାଡ଼ି-ମଟର ଓ ଟ୍ରେନ୍ ଅଟକାଇବା ଆଶଙ୍କା । ପରିସ୍ଥିତିକୁ ଦୃଷ୍ଟିରେ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

ଏପରିକି ଆନ୍ଦୋଳନକାରୀ କାଲି ବନ୍ଦ ବେଳେ ସରକାରୀ ଅଫିସ ଏବଂ ଅନ୍ୟ ପ୍ରତିଷ୍ଠାନ ଗୁଡ଼ିକୁ ବନ୍ଦ କରିବାକୁ ଚେଷ୍ଟା କରିପାରନ୍ତି । ତେଣୁ ପରିସ୍ଥିତିକୁ ନଜରରେ ରଖି ଆଗୁଆ ସତର୍କ ରହିବାକୁ କୁହାଯାଇଛି । ବନ୍ଦ ବେଳେ ଯେପରି ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ ଏବଂ କୌଣସି ସ୍ଥାନରେ ଯେପରି ବିଶୃଙ୍ଖଳା ନହୁଏ ସେ ନେଇ ନଜର ରଖିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ବିଭାଗ । ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ଗୁଡ଼ିକୁ କାଲିର ଭାରତ ବନ୍ଦ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର