ଷ୍ଟାଇପେଣ୍ଡ୍ ବୃଦ୍ଧି ନହେଲେ ୨୨ରୁ କଳାବ୍ୟାଜ୍ ପିନ୍ଧିବେ ହାଉସ୍‌ ସର୍ଜନ : ୨୮ରୁ ରାଜ୍ୟସାରା କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

କଟକ : ରାଜ୍ୟ ଅନ୍ତଚିକିତ୍ସକ ତଥା ହାଉସ୍‌ ସର୍ଜନମାନଙ୍କର ଷ୍ଟାଇପେଣ୍ଡ୍ ବୃଦ୍ଧି କରାନଗଲେ ବିରୋଧସ୍ବରୂପ ଆସନ୍ତା ଜାନୁଆରି ୨୨ ତାରିଖରୁ ସେମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ। ଯଦି ତା’ପରେ ବି ଏ ଦିଗରେ ସରକାର ପଦକ୍ଷେପ ନ ନେବେ, ତା‌’ହେଲେ ୨୮ରୁ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ।

ଏସ୍‌ସିବି ମେଡିକାଲ ହାଉସ୍‌ ସର୍ଜନ ସଂଘ ବାରମ୍ବାର ରାଜ୍ୟସରକାରଙ୍କୁ ପତ୍ର ଲେଖି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ନିବେଦନ କରି ଆସିଥିଲେ ବି ସରକାର ଏ ଦିଗରେ ପଦକ୍ଷେପ ନେଉ ନଥିବାରୁ ସଂଘ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସଂଘର ସଭାପତି ଡାକ୍ତର ଦୀପକ କୁମାର ସାମଲ ସୂଚନା ଦେଇଛନ୍ତି। ପ୍ରକାଶଥାଉକି ୨୦୧୮, ପତ୍ର ସଂଖ୍ୟା ୮୯ ରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଷ୍ଟାଇପେଣ୍ଡ୍ ଅର୍ଥ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ତାହାକୁ ପିଛିଲା ଭାବେ ୨୦୧୭, ଏପ୍ରିଲ ୧ରୁ ଲାଗୁ କରାଯାଇଥିଲା। ୩ ବର୍ଷ ପରେ ତାହା ବୃଦ୍ଧି କରାଯିବ ବୋଲି ଦର୍ଶଯାଇଥିଲା। କିନ୍ତୁ ୨୦୨୦, ଏପ୍ରିଲ ୧ରୁ ଏଯାଏ ପାଖାପାଖି ୧୦ ମାସ ପରେ ବି କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ ସଂଘ ଏବେ ଆନ୍ଦୋଳନ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର