ନାବାଳକଙ୍କ ସଂଦେହଜନକ ମୃତ୍ୟୁ ଘଟଣା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଚ୍‌ଆର୍‌ପିସି ଟିମ୍‌

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାଲିଆପାଳର ଏକ ଢାବାରେ କାମ କରୁଥିବା ନାବାଳକଙ୍କ ସଂଦେହଜନକ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ ହୋଇଥିଲା। ଘଟଣାର ଗୁରୁତ୍ବକୁ ବୁଝି ମାନବିକ ଅଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି)ର ଏକ ଟିମ୍‌ ଘଟଣାର ତଦନ୍ତ ପାଇଁ ପହଂଚି ଛନ୍ତି। ଗତକାଲି ବିଭିନ୍ନ ସ୍ଥାନକୁ ଯାଇ ପଚରାଉଚୁରା କରାଯାଇଥିବା ବେଳେ ଆଜି ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସିଡିଏମ୍‌ସଙ୍କ ସହ ଆଲୋଚନା କରିିଛନ୍ତି।

ପୁଲିସ ଡିଜି ଡ. ରାଜେନ୍ଦ୍ର ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ବିଳମ୍ବିତ ରାତିରେ ଏଚ୍‌ଆର୍‌ପିସିର ଏକ ପାଞ୍ଚଜଣିଆ ଟିମ୍‌ ବାଲିଆପାଳରେ ପହଂଚିଥିଲେ। ଡିଏସ୍‌ପି ରଣଜିତ କୁମାର ନାୟକଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ରେ ଏଚ୍‌ଆର୍‌ପିସିର ଅତିରିକ୍ତ ଏସ୍‌ପି ସତ୍ୟନାରାୟଣ ଦାସ, ଏଏସ୍‌ଆଇ ପର୍ଶୁରାମ ପାଇକରାୟ, ସଦାନନ୍ଦ କଅଁର ପ୍ରମୁଖ ସାମିଲ ଅଛନ୍ତି। ଟିମ୍‌ର ସଦସ୍ୟମାନେ ଗତକାଲି ସକାଳେ ବାଲିଆପାଳ ଥାନାରେ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଭେଟିବା ସହ ଘଟଣା ବିଷୟରେ କଥା ହୋଇଥିଲେ। ଥାନାରେ ଉପସ୍ଥିତ ଥିବା ବସ୍ତା ଏସ୍‌ଡିପିଓ ରଣଜିତ କୁମାର ପୃଷ୍ଟିଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିଥିିଲେ। ପରେ ଟିମ୍‌ ସଂପୃକ୍ତ ଢାବାକୁ ଯାଇ ସ୍ଥିତି ପରଖିବା ସହ ସ୍ଥାନୀୟ କିଛି ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଟିମ୍‌ ମୃତ ନାବାଳକ ବିଜୟଙ୍କ ଗାଁ ଭୋଗରାଇ ବ୍ଲକ୍‌ ଉଲୁଡ଼ାକୁ ମଧ୍ୟ ଯାଇଥିଲା। ସେଠାରେ ଟିମ୍‌ ସଦସ୍ୟମାନେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ସେଠାରୁ ଫେରି ଅଟକ ଥିବା ଦୁଇଜଣ ଢାବା କର୍ମଚାରୀଙ୍କ ବୟାନ ନେଇଥିଲେ। ସେହିପରି ଆଜି ଟିମ୍‌ ଜିଲ୍ଲା ଚିକିତ୍ସାଳୟକୁ ଯାଇଛି। ‌ସେଠାରେ ସିଡିଏମ୍‌ଓ ଡା. ଦୁଲାଲ ସେନ ଜଗଦ୍ଦେବଙ୍କ ସହ ଘଟଣା ବାବଦରେ ଆଲୋଚନା କରିବା ସହ ଶବ ବ୍ୟବଚ୍ଛେଦ ରି‌େପାର୍ଟ କିପରି ଶୀଘ୍ର ଆସିବ, ସେନେଇ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ; ବାଲିଆପାଳ ଇଡ୍‌କୋ ଛକ ସ୍ଥିତ ରାଜଧାନୀ ଢାବାରେ ନାବାଳକ କର୍ମଚାରୀ କମର୍ଦ୍ଦା ଥାନା ଉଲୁଡ଼ା ଗ୍ରାମ ଦେବେନ୍ଦ୍ର ଦଳାଇଙ୍କ ପୁଅ ବିଜୟ (୧୬)ଙ୍କ ମୃତ୍ୟୁ ଘଟଣାକୁ ନେଇ ଗତ ୨୬ ତାରିଖ ଦିନ ତୁମୁଳକାଣ୍ଡ ହୋଇଥିଲା

ସମ୍ବନ୍ଧିତ ଖବର