୧୮ରୁ ସବୁ ଓକିଲାତିନାମାରେ ଲାଗିବ ଶହେ ଟଙ୍କାର ଆଡଭୋକେଟ୍‌ସ ୱେଲଫେୟାର୍‌ କର୍ପସ୍ ଫଣ୍ଡ୍ ଷ୍ଟାମ୍ପ

କଟକ : ସବୁ ଓକିଲାତିନାମାରେ ୧୦୦ ଟଙ୍କାର ଆଡଭୋକେଟ୍‌ସ ୱେଲଫେୟାର୍‌ କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଲଗ୍ନ କରାଯିବ। ଅଦାଲତ, ଟ୍ରିବ୍ୟୁନାଲ୍‌ ବା କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବାକୁ ଥିବା ସମସ୍ତ ଓକିଲାତିନାମା ଓ ‌ମେମୋ ଅଫ୍ ଆପିୟରାନ୍ସରେ ଏପରି ଷ୍ଟାମ୍ପ ଜୁନ୍ ୧୮ରୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଆଡଭୋକେଟ୍‌ସ ୱେଲଫେୟାର୍‌ କର୍ପସ୍ ଫଣ୍ଡ୍ ନିୟମାବଳୀ, ୨୦୨୦ ଅନୁସାରେ ଏପରି ଷ୍ଟାମ୍ପ ଓକିଲାତନାମା ବା ଆପିୟରାନ୍‌ସ ମେମୋରେ ଦେବାକୁ ପଡ଼ିବ। ଏ ନେଇ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌କୁ ଅବଗତ କରାଯାଇଛି। ଏହି ଷ୍ଟାମ୍ପ ବିନା କୌଣସି ଓକିଲାତିନାମା ଅଦାଲତରେ ଦାଖଲ କରାଯାଇ ପାରିବ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ, ଓକିଲାତିନାମାରେ ଆଡଭୋକେଟ୍‌ସ ୱେଲଫେୟାର୍‌ କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଲଗ୍ନ ବାଧ୍ୟତାମୂଳକ ପ୍ରସଂଗକୁ ଅତୀତରେ ହାଇକୋର୍ଟ ବାର୍ ଆସୋସିଏସନ୍ ସହିତ ରାଜ୍ୟର କେତେକ ବାର୍ ପକ୍ଷରୁ ବିରୋଧ କରାଯାଇଥିଲା। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ୱେଲଫେୟାର୍‌ କର୍ପସ୍ ଫଣ୍ଡ୍ ନିୟମାବଳୀ, ୨୦୨୦କୁ ପ୍ରତ୍ୟାହାର ପାଇଁ କେତେକ ବାର୍ ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଥିଲା। ଏହାପରେ ଓକିଲାତିନାମାରେ ଏପରି ଷ୍ଟାମ୍ପ ବାଧ୍ୟତାମୂଳକ ନିୟମ ଅତୀତରେ ସ୍ଥିଗିତ ରଖାଯାଇଥିଲା।

ସମ୍ବନ୍ଧିତ ଖବର