ଆଦର୍ଶ ମୁଖ୍ୟମନ୍ତ୍ରୀ ବନାମ ୧୦୦ ଏକର ଜମି

ଭୁବନେଶ୍ୱର : ବିଧାନସଭାର ଶୂନ୍ୟକାଳରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ଦିଆଯିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ପୁନେର ଏମ୍‌ଆଇଟି ବିଶ୍ୱ ଶାନ୍ତି ବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ଦିଆଯାଇଥିଲା। ଏହି ସଂସ୍ଥା ଆଓ୍ଵାର୍ଡ ଦେଲଶ ବୋଲି ତା’କୁ ଭୁବନେଶ୍ୱର ଉପକଣ୍ଠରେ ରାଜ୍ୟ ସରକାର ୧୦୦ ଏକର ଜାଗା ଦେବାକୁ ଯାଉଛନ୍ତି। ଏହାକୁ କାହିଁକି ଏକ ବଡ଼ ସ୍କାମ୍‌ ବୋଲି କୁହାଯିବ ନାହିଁ। ୧୦୦ ଏକର ଜାଗାର ଦର କେତେ, ତାହାକୁ ଯାଞ୍ଚ୍‌ କରାଯାଉ।

ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯିବା ଆମ ପାଇଁ ଗର୍ବର ବିଷୟ। ତେଣୁ ଜାଗା ଦିଆଯିବା ସହ ତାହାକୁ ଯୋଡ଼ିବା ଠିକ୍‌ ନୁହେଁ।

ସମ୍ବନ୍ଧିତ ଖବର