ଫେବ୍ରୁଆରି ୮ରୁ ଇଗ୍ନୋ ପରୀକ୍ଷା, ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର : ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ବ ବିଦ୍ୟାଳୟ (ଇଗ୍ନୋ)ର ଡିସେମ୍ବର ୨୦୨୦ ଟର୍ମ ଶେଷ ପରୀକ୍ଷା ଆସନ୍ତା ଫେବ୍ରୁଆରି ୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ରେ ଶେଷ ହେବ ।

ଇଗ୍ନୋ ଆଞ୍ଚଳକ କେନ୍ଦ୍ରର ନିର୍ଦ୍ଦେଶକ ଡ.ଏସ.କେ. ତ୍ରିପାଠୀଙ୍କ ସୂଚନା ଅନୁସାରେ ୩୨ଟି  କେନ୍ଦ୍ରରେ ପରୀକ୍ଷା ହେବାକୁ ନିର୍ଦ୍ଧାରିତ ହୋଇଛି । ସେଥିମଧ୍ୟରୁ ୩ ଟି ଜେଲ କେନ୍ଦ୍ର ମଧ୍ୟ ରହିଛି । ସେଗୁଡ଼ିକ ହେଉଛି – ଚୌଦ୍ୱାର, ବ୍ରହ୍ମପୁର, ଭୁବନେଶ୍ୱର  ଜେଲ । ଏଥର ମୋଟ ୨୯,୮୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସମସ୍ତ ପରୀକ୍ଷା କୋଭିଡ଼ ନିୟମ ଅନୁଯାୟୀ  ପରିଚାଳିତ ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର