ଏଣିକି ଭୁବନେଶ୍ୱରରୁ ଯିବା ଆସିବା କରୁଥିବା ରାଜଧାନୀ ଏକ୍ସପ୍ରେସ୍‌ରେ ଯାତ୍ରା କରିବା ହେବ ଆରାମଦାୟକ, ଲାଗିବନି ଝଟକା

ଭୁବନେଶ୍ୱର: ଭାରତୀୟ ରେଳବାଇ ରେଳ ଯାତ୍ରା ସମୟରେ ଯାତ୍ରୀଙ୍କୁ ସିଟ୍‌ରେ ବସିଥିବା ବେଳେ ହେଉଥିବା ଝଟକାକୁ ଦୃଷ୍ଟିରେ ରଖି ଏକ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନ ପରେ ଯାତ୍ରୀଙ୍କ ଯାତ୍ରା ଗୁଣବତ୍ତାରେ ସୁଧାର ଅଣାଯାଇଛି। ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଭଳି ଲିଙ୍କ୍‌ ହୋଫମେନ୍ନ ବସ୍‌ (ଏଲ୍‌ଏଚ୍‌ବି) କୋଚ ଟ୍ରେନ୍‌ରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ହେଉଥିବା ଝଟକା ଅଭିଯୋଗ ପରେ ଏ ଦିଗରେ ରଳବାଇର ବିଶେଷଜ୍ଞ କମିଟି ଦ୍ୱାରା ଯାଞ୍ଚ ମଧ୍ୟ କରାଯାଇଥିଲା।

ଏହି ଯାଞ୍ଚ ପରେ ସେଣ୍ଟର ବଫର କପଲ (ସିବିସି)ରେ ଝଟକାକୁ ଧ୍ୟାନରେ ରଖି ଏକ କାର୍ଯ୍ୟପ୍ରଣାଳୀ ବି ପ୍ରସ୍ତୁତ ହୋଇଥିଲା। ସମିତି ପୂର୍ବରୁ ଲାଗିଥିବା ସିଙ୍ଗଲ୍‌ ପ୍ୟାକ୍‌ ଅଫ୍‌ ଡ୍ରାଫ୍ଟ ଗିୟର ଓ ଫ୍ଲୋଟିଙ୍ଗ ପ୍ଲେଟ ଡ୍ରାପ୍ଟ ଗିୟର ସିବିସିକୁ ବାଲାନ୍ସ ଡ୍ରାଫ୍ଟ ଗିୟର ସହିତ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲା।

ଭୁବନେଶ୍ୱର କୋଚିଙ୍ଗ ଡିପୋଟରେ ଯାତ୍ରୀଙ୍କୁ ଝଟକା ମୁକ୍ତ କରିବା ପାଇଁ ସମସ୍ତ ରାଜଧାନୀ ଏକ୍ସପ୍ରେସ୍‌ କୋଚରେ ଲାଗିଥିବା ପୁରୁଣା ସମୟର ସିଙ୍ଗଲ ପ୍ଲେଟ ଓ ଫ୍ଲୋଟିଙ୍ଗ୍‌ ଫ୍ଲେଟ ଡିଜାଇନ୍‌କୁ ବଦଳାଇ ବାଲାନ୍ସ ଡ୍ରାଫ୍ଟ ଗିୟର ସହିତ ‘ହାଏ ଟେନ୍‌ସାଇଲ୍‌ ଟାଇଟ ଲକ୍‌ ସେଣ୍ଟର ବଫର କପଲର’ରେ ପରିବର୍ତ୍ତନ କରାଯାଇଛି।

ଭୁବନେଶ୍ୱର କୋଚିଂ ଡିପୋଟ ୯୩ଟି ନୂଆ ଡିଜାଇନ୍‌ର ବାଲାନ୍ସ ଡ୍ରାପ୍ଟ ଗିୟର କପଲର ୯୩ ସେଟ୍‌ ପ୍ରାପ୍ତ କରିଛି। ଯେଉଁଥିରେ ୪୨ଟି କୋଚର କପଲର ୮୪ଟି ସେଟ୍‌ର କପଲର ଲଗା ଯାଇଛି। ଏହି ବ୍ୟବସ୍ଥା ପରେ ଭୁବନେଶ୍ୱର ଯିବା ଆସିବା କରୁଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନ୍‌ରେ ଯାତ୍ରୀଙ୍କ ଯାତ୍ରା ଆରାମ ଦାୟକ ହେବା ସହିତ ଝଟକା ବିହୀନ ହେବ। ଏବଂ ଆଧୁନିକ କପଲର୍ସରେ ସହିତ ଚାଲିବ।

ସମ୍ବନ୍ଧିତ ଖବର