ଟିକସ ଫାଙ୍କୁଥିବା ଖଣିମାଲିକଙ୍କ ଉପରେ ଆୟକର ଚଢ଼ଉ

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଟିକସ ଫାଙ୍କିଥିବା ଅଭିଯୋଗ ଆଣି ଆୟକର ବିଭାଗ ଆଜି କଳିଙ୍ଗ କମର୍ସି୍ଆଲ କର୍ପୋରେସନ ପ୍ରାଇଭେଟ୍‌ ଲିମିଟେଡ୍‌(କେସିସିପିଏଲ୍‌) ଓ ମା’ ତାରିଣୀ ଇସ୍ପାତ ଲିମିଟେଡ୍‌ ଉପରେ ଚଢ଼ଉ କରିଛି। କେସିସିପିଏଲ୍‌ ପ୍ରୋପ୍ରାଇଟର ସୌମ୍ୟରଞ୍ଜନ ସାମଲଙ୍କ ବରମୁଣ୍ଡା ସ୍ଥିତ ବାସଭବନ ସମେତ ରାଉରକେଲା ଓ ରାଜ୍ୟ ବାହାରେ ମୋଟ ୧୧ଟି ଜାଗାରେ ଚଢ଼ଉ ହୋଇଛି। ଆୟକର ବିଭାଗର ବରି‌ଷ୍ଠ ଅଧିକାରୀମାନେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ସୌମ୍ୟରଞ୍ଜନ ତାରିଣୀ ଇସ୍ପାତ ସହ ଜଡ଼ିତ ଅଛନ୍ତି। ତାରିଣୀ ଇସ୍ପାତର ଭୁବନେଶ୍ବରରେ ଥିବା ଅନ୍ୟ ୪ଟି ଜାଗାରେ ଚଢ଼ଉ ହୋଇଛି। ସେହିଭଳି ରାଉରକେଲା ଓ କୋଲକାତାରେ ମଧ୍ୟ ଚଢ଼ଉ ହୋଇଛି। କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରାଯାଇଥିବା ନଜରକୁ ଆସିଛି। ସେହିଭଳି ଖଣି ବେପାରରେ ସଂସ୍ଥାକୁ ସହଯୋଗ କରିଥିବା କେତେକ ସରକାରୀ ଅଧିକାରୀଙ୍କ ଘର ଯାଞ୍ଚ ହୋଇଥିବା ବେଳେ ଆଗାମୀ ଦିନରେ ଆଉ କେତେକ ଅଧିକାରୀଙ୍କଘରେ ଚଢ଼ଉ କରାଯିବା ପାଇଁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର