ଅନ୍ତଃଜିଲ୍ଲା ସାଇବର୍‌ ଠକ ବ୍ରହ୍ମପୁରରୁ ଗିରଫ

ଛତ୍ରପୁର : ଅନ୍ତଃ ଜିଲ୍ଲା ସାଇବର୍‌ ଠକେଇ ରାକେଟ୍‌ର ମାଷ୍ଟର୍ ମାଇଣ୍ଡ୍‌କୁ କାବୁ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ। ଶନିବାର ଦିନ ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ସବ-ଇନ୍ସପେକ୍ଟର ସିଲୁ ଧଳଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ବ୍ରହ୍ମପୁର ବସ୍‌ଷ୍ଟାଣ୍ତ୍‌ରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ଅନୁଗୁଳ ଜିଲ୍ଲାର ଭବାନୀ ସିଦ୍ଧାର୍ଥ ଶଙ୍କରକୁ ଗିରଫ କରିଛନ୍ତି। ତା ନିକଟରୁ ୧ ଲକ୍ଷ ୭ ହଜାର ଟଙ୍କା, ୩ ଟି ମୋବାଇଲ୍ ଫୋନ୍‌ ଓ ବିଭିନ୍ନ ଜାଲ୍‌ କାଗଜପତ୍ର ଜବତ କରାଯାଇଛି।

ଅନ୍ୟପକ୍ଷରେ କେବଳ ସାଇବର୍ ଠକେଇ ନୁହେଁ, ଅଭିଯୁକ୍ତ ଜଣଙ୍କ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରାଉରକେଲା, ବାଲେଶ୍ବର ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅ‌ଞ୍ଚଳର ଏକାଧିକ ଯୁବତୀଙ୍କୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲାର ରାମ ପାଙ୍ଗୀ ନାମକ ଜଣେ ଯୁବକଙ୍କ ପରିଚୟ ଓ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ବ୍ୟବହାର କରି ଭବାନୀ ଏହି କଳା କାରନାମା ଜାରି ରଖିଥିଲା ବୋଲି ପୁଲିସ କହିଛି।

ଗତ ଡିସେମ୍ବର ମାସରେ ଗୋପାଳପୁର ଥାନା ମାଣ୍ତିଆପଲ୍ଲୀ ଗ୍ରାମ ବ୍ରଜନଗର ଅ‌ଞ୍ଚଳର ଜଣେ ଯୁବତୀ ଭବାନୀ ଜାଲରେ ପଡ଼ି ଠକେଇର ଶିକାର ହୋଇଥିଲେ। ଏନେଇ ସେ ୨୫ ତାରିଖରେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର