ଆଇଓସିଏଲର ସ୍ପଷ୍ଟୀକରଣ

ତେଲ ଚୋରିରେ ସଂପୃକ୍ତ ବ୍ୟକ୍ତିଙ୍କ ସହ କୌଣସି ସମ୍ପର୍କ ନାହିଁ

ଭୁବନେଶ୍ୱର: ଆଇଓସିଏଲ୍‌ ପାଇପ୍‌ ଲାଇନ୍‌ରୁ ତେଲ ଚୋରି ଘଟଣାରେ ଗିରଫ ବ୍ୟକ୍ତିମାନଙ୍କ ସହିତ ଆଇଓସିଏଲର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କଂପାନି କର୍ତୃପକ୍ଷ। କଂପାନିର ଏକ ପ୍ରେସ ବିଜ୍ଞପ୍ତିରେ କୁହା ଯାଇଛି ଯେ ପାଇପଲାଇନରୁ ତେଲ ଚୋରି ନେଇ ଗତ ଫେବ୍ରୁଆରି ୧୫ ତାରିଖରେ ରୁଜୁ ମାମଲା ଆଧାରରେ ପୁଲିସ ଯେଉଁ ୧୨ ଜଣଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରୁ କେହି ଆଇଓସିଏଲ କର୍ମଚାରୀ କି ସେମାନଙ୍କ ପରିବାର ସଦସ୍ୟ ନୁହନ୍ତି ବୋଲି ରେକର୍ଡ ଯାଞ୍ଚରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଆଇଓସିଏଲ ପକ୍ଷରୁ ପ୍ରଶଂସା କରା ଯାଇଛି।

ସମ୍ବନ୍ଧିତ ଖବର