ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା: ନିମାପଡ଼ାରୁ ଧରାହେଲେ ଅଭିଯୁକ୍ତ ନାବାଳିକା

ପୁରୀ: ଶ୍ରୀମନ୍ଦିର ଭିତର ବେଢ଼ା ଫଟୋକୁ ସୋସିଆଲ୍ ମିଡିଆରେ ଭାଇରାଲ କରିଥିବା ଜଣେ ନାବାଳିକାକୁ ଗତକାଲି ରାତିରେ ପୁଲିସ ନିମାପଡ଼ାରୁ ଧରିଛି। ତେବେ ଏହି ଘଟଣାରେ ଅଭିଯୁକ୍ତ ଜଣକ ନାବାଳିକା ହୋଇଥିବାରୁ ପୁଲିସ ତାଙ୍କୁ ୪୧(କ) ସିଆର୍‌ପିସିରେ ନୋଟିସ ଦେଇ ଛାଡ଼ି ଦେଇଥିବା ଜଣାପଡ଼ିଛି। ଏହି ନାବାଳିକା ଜଣକ ଶ୍ରୀମନ୍ଦିରର ଭିତର ବେଢ଼ାର ଦୃଶ୍ୟକୁ ଟିକ୍‌ଟକ୍‌ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଜଣେ ଆଇନଜୀବୀ ସିଂହଦ୍ବାର ଥାନାରେ ଏତଲା ଦେଇଥିଲେ। ନାବାଳିକାଙ୍କ ଫେସ୍‌ବୁକକୁ ଆଧାର କରି ସିଂହଦ୍ବାର ଥାନା ପୁଲିସ ତାଙ୍କ ଘର ନିରାକାରପୁର ଅଞ୍ଚଳରେ ବୋଲି ଜଣାପଡ଼ିଥିଲା। ତେଣୁ ଗତକାଲି ସିଂହଦ୍ବାର ପୁଲିସ ସେଠାରେ ଚଢ଼ଉ କରିଥିଲେ। ମାତ୍ର ନାବାଳିକା ଜଣକ ଜଣେ ନୃତ୍ୟଶିଳ୍ପୀ ହୋଇଥିବାରୁ ସେ ଗତକାଲି ନିମାପଡ଼ାକୁ ଏକ ନୃତ୍ୟସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଖବର ମିଳିଥିଲା। ତେଣୁ ପୁଲିସ ନିମାପଡ଼ାକୁ ଯାଇ ନାବାଳିକାକୁ ଧରି ସିଂହଦ୍ବାର ଥାନାକୁ ନେଇ ଆସିଥିଲା।

ସମ୍ବନ୍ଧିତ ଖବର