ନକଲି ବିଦେଶୀ ମଦ କାରଖାନା ଠାବ: ଅଭିଯୁକ୍ତ ସ୍ତ୍ରୀ ଗିରଫ, ସ୍ୱାମୀ ଫେରାର

୪ଟି ନାମିଦାମୀ ବ୍ରାଣ୍ଡର ନକିଲି ମଦ ଜବତ, ଚୋରାରେ ପ୍ରସ୍ତୁତ ହେଉଥିଲା ମଦ

ଜୟପୁର: ଆଳୁ ଖୋଳୁ ଖୋଳୁ ମହାଦେବ ଉଭା। ଚୋରା କାଠ ଜବତ କରୁ କରୁ ମିଳିଲା ନକଲି ମଦ ତିଆରି କାରାଖାନା। ଗୋଟିଏ ନୁହେଁକି କି ଦୁଇଟି ନୁହେଁ। ୪ରୁ ଅଧିକ ବ୍ରାଣ୍ଡର ମଦକୁ ନକଲି କରି ବ୍ରିକ୍ରି କରୁଥିଲେ ସ୍ୱାମୀ ଓ ସ୍ତ୍ରୀ। ଘଟଣା ଘଟିଛି ଜୟପୁର ସହର ଜୟନଗର ଉପକଣ୍ଠ ଚିଲ୍କିଗୁଡା ଅଞ୍ଚଳରେ। ଏହି ଘଟଣାରେ କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ଜୟପୁର ଅଞ୍ଚଳର ସୁଲୋଚନା ସାହୁ (୩୫)ଙ୍କୁ ଗିରଫ କରାଯାଇଥିବାବେଳେ ଘଟଣାସ୍ଥଳରୁ ମହେନ୍ଦ୍ର ସାହୁ (୪୦) ଚମ୍ପଟ ମାରିଥିବା ଜଣାପଡିଛି। ଉକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବାକୁ ଯୋଜନା ରହିଥିବା ଏଥିରେ ସମ୍ପୃକ୍ତ ରହିଥିବା ସ୍ୱାମୀଙ୍କ ସହ ଅଜ୍ୟ ଫେରାର ହୋଇଯାଇଛନ୍ତି। ତେବେ ଏହାସହ ଦୁଇଟି ଘରୁ ବିପୁଳ ପରିମାଣରେ ଶାଳ, ପିଆଶାଳ ଓ ଅନ୍ୟ ଗଛର କାଠ ଜବତ ହୋଇଛି।

କୋରାପୁଟ ଜିଲ୍ଲାର ଜୟପୁର ସହର ନିକଟରୁ ବିପୁଳ ପରିମାଣର ମୂଳବାନ କାଠ ଜବତ କରାଯିବା ସହ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ଠାବ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ସହରର ଚିଲ୍ଲିଗୁଡାଠାରେ ଏକ ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିଲା। ଏହା ଜାଣିବା ପରେ ଟାଉନ ଥାନା ପୁଲିସ ଓ ବନବିଭାଗର ମିଳିତ ଚଢ଼ାଉ ଜାରି କରାଯାଇଥିଲା। ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଥିଲା। ଏପରି କାର୍ଯ୍ୟ କରୁଥିଲେ ସ୍ୱାମୀ ମହେନ୍ଦ୍ର କୁମାର ସାହୁ ଓ ସ୍ତ୍ରୀ ସୁଲୋଚନା ସାହୁ। ଦୁହେଁ ମିଶି ପ୍ରଥମେ ବୈପାରିଗୁଡା ପରେ ଦୁଇବର୍ଷ ହେବ ଜୟପୁର ଚିଲ୍ଲିଗୁଡାରେ କରୁଥିବା ଜଣାପଡିଛି। ଉଭୟ ସ୍ୱାମୀ ଓ ସ୍ତ୍ରୀ ପ୍ରଥମେ ଏହିଠାରେ ଭଡା ଘରେ ରହୁଥିବାବେଳେ ଏବେ ୨କୋଟିରୁ ଅଧିକ ଟଙ୍କାର ଏକ ତିନିମହଲା ଘର ଓ ଦୁଇ ମହଲା ବିଶିଷ୍ଟ ଏକ ଘର ର୍ନିମାଣ କରୁଥିଲେ। ଉଭୟଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଥିବାବେଳେ ୧୭୮/ ୨୦୨୦ରେ ଏକ ମାମଲା କରିଛି। ଏଦୁହେଁ ପ୍ରାୟ ଦୁଇ ବର୍ଷ ଧରି ବିଭିନ୍ନ ବିଦେଶୀ ବ୍ରାଣ୍ଡର ମଦରେ ଅପମିଶ୍ରଣ କରି ବିକୁଥିଲେ ବୋଲି ଜଣାଯାଇଛି।

ଏହି ଦୁହେଁ ଅଫିସର ଚଏସ୍‌, ମ୍ୟାକଡୁଆଲ, ରୟାଲ ଷ୍ଟାଗ ଓ ଏସି ନିଟକୁ ଅପମିଶ୍ରଣ କରୁଥିଲେ। ଏହାର ଗୋଟିଏ କମ୍ପାନିର ୭୫୦ ଏମଏଲକୁ ଏହି ସ୍ୱାମୀ ଓ ସ୍ତ୍ରୀ ୮ଟି ନିବ୍‌(୧୮୦ ଏମଏଲ) କରୁଥିଲେ। ଏଥିରେ ବିୟର ଓ ପାଣି ମିଶ୍ରଣ କରୁଥିବାବେଳେ କେବଳ ଓଡ଼ିଶାରେ ବିକ୍ରିର ସରକାରୀ ଟ୍ୟାଗ ମଧ୍ୟ ତିଆରି କରି ମଦରେ ବ୍ୟବହାର କରୁଥିଲେ। ଏହି ଟ୍ୟାଗ ପାଇଁ ମଧ୍ୟ ଜୟପୁର ଓ ଏହାର ଆଖପାଖରେ ତିଆରି ହେଉଥିବା ଜଣାପଡିଛି।

ତେବେ ପ୍ରଥମେ ଏହି ସ୍ୱାମୀ ଓ ସ୍ତ୍ରୀ ବୈପାରିଗୁଡାରେ ଏପରି ନକଲି ମଦ ତିଆରି କରି ବିକ୍ରି କରୁଥିଲେ। ସେଠାରେ ତିନି ବର୍ଷ କାଳ ରହି ଏହି କଳାକାରବାର କରିବା ପରେ ଦିନେ ପୁଲିସ ଚଢ଼ାଉ କରିଥିଲା। କିନ୍ତୁ କିଛି ଜବତ କରିପାରି ନ ଥିଲା। ପରେ ସେମାନେ ଜୟପୁର ଚିଲ୍ଲିଗୁଡାରେ ଆସି ଦୀର୍ଘ ଦୁଇବର୍ଷ ହେବ ରହିଆସୁଥିବାବେଳେ ସେହିଠାରେ ଜାଗା କିଣି ଘର ତିଆରି କରୁଥିଲେ। ନିଜେ ଭଡାଘରେ ରହି ନୂଆ ଘରି କରି ଭଡାରେ ଲଗାଇବାକୁ ଯୋଜନା ରହିଥିବାବେଳେ ସେଠାରେ ତିଆରି ହେଉଥିଲା ନକଲି ଅପମିଶ୍ରିତ ମଦଯ ଲକଡାଉନ ସମୟରେ ବଡ ମଦକୁ ସାନ କରି ଏହିଠାରେ ବିୟର ଓ ପାଣି ମିଶ୍ରଣ କରି ବିକ୍ରି କରୁଥିବା ନିଜେ ମାନିଛନ୍ତି ମହେନ୍ଦ୍ର ଓ ତାଙ୍କ ସ୍ତ୍ରୀ। ପୁଲିସ ବିପୁଳି ପରିମାଣରେ ମଦବୋତଲ, ଠିପି, ଟ୍ୟାଗ ସହ କିଛି ମଦ ଜବତ କରିବା ସହ ଦୁଇଟି ଘରକୁ ସିଲ କରିଥିବା ଜଣାପଡିଛି।

ତେବେ ଆଜି ସକାଳୁ ଜୟପୁର ବନଖଣ୍ଡ ବିଭାଗ ପକ୍ଷରୁ ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁ ଓ ତାଙ୍କ ଟିମ ସେଠାକୁ ବେଆଇନ ଭାବେ କାଠ ରଖାଯାଇଥିବା ଜାଣି ଚଢାଉ କରିଥିଲେ। ଦୁଇଟି ଘର ଜଣଙ୍କର ବୋଲି ଜାଣିବାପରେ ଦୁଇ ଘର ସର୍ଚ୍ଚ କରିବା ପରେ ଏହିଠାରେ ନକଲି ମଦ ତିଆରି ହେଉଥିବା ଜାଣିବାକୁପାଇଥିଲେ। ଏନେଇ ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧିଙ୍କୁ ସୂଚନା ଦେଇଥିଲେ। ତେବେ ତିନିବର୍ଷ ହେବ ଏହି କାର୍ଯ୍ୟ କରୁଥିବାବେଳେ ଲକଡାଉନରେ ଏହି କାର୍ଯ୍ୟ ତୀବ୍ରହୋଇଥିଲା। କିପରି ସାଇପଡିଶା ଏହାକୁ ଜାଣିପାରିଲେନି ତାହା ପୁଲିସକୁ ଆଶ୍ଚର୍ଯ୍ୟ କରିଛି। ଏତେ ବଡ ଘଟଣା ଚାଲିଥିବାବେଳେ ଅବକାରୀ ବିଭାଗ ଚୁପ ବସିବା ଜିଲ୍ଲାରେ ବିଭାଗର ଅବସ୍ଥିତି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏନେଇ ପୁଲିସ ମାମଲା ରୁଜୁ ଅଧିକ ତଦନ୍ତ ଜାରି ରଖିଛି। ଏଥିରେ ଖାଲି କେନ୍ଦ୍ରାପଡା, ବୈପାରିଗୁଡା ଓ ଜୟପୁର ଲିଙ୍କ ରହିଛି ନା ଅନ୍ୟ କେଉଁ ଲିଙ୍କ ରହିଛି ତାହାର ତଦନ୍ତ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର