ଡନ୍ ଆନସାରୀକୁ ଝାଡ଼ଖଣ୍ଡ ପୁଲିସର ଜେରା

କଟକ: ଝାଡ଼ଖଣ୍ଡରୁ ଗିରଫ ହୋଇଥିବା ମୋଷ୍ଟ ୱାଣ୍ଟେଡ୍ ତଥା କୁଖ୍ୟାତ୍ ଡନ୍ ଏମରଜ ଆନସାରୀ ଓରଫ ଇମ୍ରାନ୍ ଓରଫ ବାବୁକୁ ଝାଡ଼ଖଣ୍ଡ ପୁଲିସ ରିମାଣ୍ଡରେ ନେଇ ଜେରାକରିଛି। ଝାଡ଼ଖଣ୍ଡ ମଝିଗାଁ ସୀମା ନକ୍ସଲ୍ ପ୍ରଭାବିତ ହୋଇଥିବାରୁ ଆନସାରୀ ସହିତ ନକ୍ସଲ୍ ଲିଙ୍କ୍‌ ସମ୍ପର୍କରେ ଝାଡଖଣ୍ଡ ପୁଲିସ ପଚରାଉଚରା କରିଛି।
ଝାଡ଼ଖଣ୍ଡ ମଝିଗାଁର ବିଧାୟକ ନିରଲ ପୃଷ୍ଟିଙ୍କୁ ସେ ୫୦ ଲକ୍ଷ ଟଙ୍କା ବଟି ମାଗିଥିବା ଅଭିଯୋଗ ହୋଇଥିଲା। ବିଧାୟକଙ୍କ ଏଭଳି ଅଭିଯୋଗ ଆଧାରରେ ସ୍ଥାନୀୟ ମଁଝରୀ ଥାନାରେ ୨୦୨୧ ଡିସେମ୍ବର ୨୨ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।

ଗୋଟିଏ ପଟେ ମଁଝରୀ ଥାନାରେ ବିଧାୟକଙ୍କୁ ଟଙ୍କା ମାଗିବା ସହିତ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିବା ବେଳେ କଟକରେ ବିଡାନାସୀ ମଠସାହିର ସିଫା ହସପିଟାଲ ମାଲିକ ଡାକ୍ତର ସାମି ସଲିମ ଏହି ଡନ୍ ଆନସାରୀ ଜାଲରେ ପଡ଼ିଥିଲେ। ଗଲା ଜାନୁଆରି ୫ ତାରିଖରେ ଆନସାରୀ ଡାକ୍ତରଙ୍କୁ ଫୋନ୍ କରି ୫୦ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା। ଟଙ୍କା ନଦେବାରୁ ତାଙ୍କୁ ବି ହତ୍ୟା ଧମକ ମିଳିଥିଲା। ଜାନୁଆରି ୧୦ ତାରିଖରେ ବିଡାନାସୀ ଥାନାରେ ଏତଲା ଦେବା ପରେ ପୁଲିସ ତାକୁ ଫେବ୍ରୁଆରି ୨ ତାରିଖରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର