ସାମ୍ବାଦିକ ଚନ୍ଦ୍ରମଣି ମହାନ୍ତଙ୍କ ପରଲୋକ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ କରଦାଙ୍ଗି ‘ସମ୍ବାଦ’ ପ୍ରତିନିଧି ଚନ୍ଦ୍ରମଣି ମହାନ୍ତ (୫୦)ଙ୍କ ଗତକାଲି ସନ୍ଧ୍ୟା ୬ଟା ୪୫ରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି।

ରବିବାର ସକାଳେ ତାଙ୍କ ମୃତଦେହ କରଦାଙ୍ଗି ଆମ୍ବତଇଳାସ୍ଥିତ ବାସଭବନରେ ପହଞ୍ଚିଥିଲା। କରଦାଙ୍ଗି ସରପଞ୍ଚ କବିତା ମୁଣ୍ଡା, ସମିତିସଭ୍ୟା ତୁଳସୀ ନାଏକ, ପୂର୍ବତନ ସମିତିସଭ୍ୟ ମିତ୍ରଭାନୁ ନାଏକ, ସମ୍ବାଦ ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ୱାଇଁ, ସାମ୍ବାଦିକ ହେମନ୍ତ କୁମାର ମହାରଣା, ସମ୍ବାଦ ତେଲକୋଇ ବ୍ଲକ୍‌ ପ୍ରତିନିଧି ବିରଞ୍ଚି କୁମାର ବେହେରା, ଜଗମୋହନପୁର ପ୍ରତିନିଧି ଡମ୍ବରୁଧର ଖୁଣ୍ଟିଆ, ବିଜ୍ଞାପନ ଅଧିକାରୀ ପାର୍ଥସାରଥୀ ନାୟକ, ସାମ୍ବାଦିକ ଅକ୍ଷୟ କୁମାର ପ୍ରଧାନ, ଅନୁକୂଳ ବିଶ୍ବାଳ, କୈଳାସ ଚନ୍ଦ୍ର ପ୍ରଧାନ, ଡିଲେଶ୍ବର ସାହୁ, ବିକ୍ରମ ମହାନ୍ତ, ସମ୍ବାଦ ସାହିତ୍ୟଘର ସଦସ୍ୟ ଘନଶ୍ୟାମ ମହାନ୍ତ, ପିଇଓ ସୌଭାଗ୍ୟ ରାଉତ ପ୍ରମୁଖ ପହଞ୍ଚି ତାଙ୍କ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ସୂଚନାଯୋଗ୍ୟ, ଅଗଷ୍ଟ ୧୦ ତାରିଖରେ ନିର୍ମାଣାଧୀନ ଗୃହର ଭାଡ଼ାରୁ ପଡ଼ି ଚନ୍ଦ୍ରମଣି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତେଲକୋଇ, କେନ୍ଦୁଝର, କଟକ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ୨୦ ଦିନ ଧରି ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ତେଲକୋଇ ଅଞ୍ଚଳରେ ଗୀଭର ଶୋକ ପ୍ରକାଶ ପାଇଛି। ଶ୍ରୀ ମହାନ୍ତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଖବର ପ୍ରସ୍ତୁତ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ। ଘରେ ତାଙ୍କର ବୃଦ୍ଧ ବାପାମା’, ବିଧବା ପତ୍ନୀ, ଦୁଇପୁଅ ଓ ବୋହୂ ଅଛନ୍ତି।

ସମ୍ବନ୍ଧିତ ଖବର