ବାଲେଶ୍ୱର ଓ ଢେଙ୍କାନାଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

ଭୁବନେଶ୍ୱର: ବାଲେଶ୍ୱର ଓ ଢେଙ୍କାନାଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଉତ୍କଳ ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିଛି। ସଂଘ ପକ୍ଷରୁ ଗୁରୁବାର ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି। ବାଲେଶ୍ୱର ଜିଲ୍ଲାର ସୋର ମ୍ୟୁନିସିପାଲିଟରେ ବିଜୁ କୃଷକ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ନେଇ ସୃଷ୍ଟି ହୋଇଥିବା ବିବାଦ ଚରମ ସୀମାରେ ପହଞ୍ଚିବା ପରେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯାଇଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିିନିଧିମାନଙ୍କ ସହ ତାଙ୍କର ଉଚ୍ଚବାଚ୍ଚ ହୋଇଥିଲା। କନକ ଟିଭିର ପ୍ରତିନିଧି ପ୍ରମୋଦ ଦାସଙ୍କୁ ଦୁର୍ବ୍ୟବହାର ଶିକାର ହୋଇଥିଲେ। ଏହି ଅଭିଯୋଗ ସଂପର୍କରେ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏ ନେଇ ସଂପୂର୍ଣ୍ଣ ତଥଶ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର