ନାରାୟଣପୋଷୀ ଖଣି ବି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ପାଇଲା

ଭୁବନେଶ୍ବର : କେନ୍ଦୁଝର ନାରାୟଣପୋଷୀ ଲୁହାପଥର ଖଣି ପାଇଁ ହୋଇଥିବା ଟେକ୍ନିକାଲ୍‌ ବିଡିଂରେ ୪ଜଣ ବିଡରଙ୍କୁ ପଛରେ ପକାଇ ଜେଏସ୍‌ଡବ୍ଲ୍ୟ ଷ୍ଟିଲ୍‌ ଏହି ଖଣି ପାଇବାରେ ସଫଳ ହୋଇଛି। ଏହାକୁ ମିଶାଇ ଜେଏସ୍‌ଡବ୍ଲ୍ୟୁକୁ ୨ଟି ଖଣି ମିଳିଛି। ଗତମାସ ୩୧ ତାରିଖରେ କେନ୍ଦୁଝରର ନୂଆଗାଁ ଲୁହାପଥର ବ୍ଲକ୍‌ ପାଇଁ ହୋଇଥିବା ବିଡିଂରେ ସବୁଠୁ ଅଧିକ ବିଡିଂ ଡାକି କମ୍ପାନି ସେହି ଖଣି ପାଇବାରେ ସମର୍ଥ ହୋଇଥିଲା। ନାରାୟଣପୋଷୀ ଖଣି ପାଇଁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଲାମି ପ୍ରକ୍ରିୟା ଜାରି ରହିଥିଲା।

ଖଣି ବିଭାଗ ସୁତ୍ର ମୁତାବକ, ନାରାୟଣପୋଷୀ ଖଣି ପାଇଁ ଜେଏସ୍‌ଡବ୍ଲ୍ୟୁ, ଜେଏସ୍‌ପିଏଲ୍‌, ଆର୍ସେଲର୍‌ ମିତ୍ତଲ, କେଜେଏସ୍‌ ଆହ୍ଲୁଵାଲିଆ ଏବଂ ରୁଙ୍ଗଟା ମାଇନ୍‌ସ ଟେକ୍ନିକାଲ୍‌ ବିଡିଂରେ ଭାଗ ନେଇଥିଲେ। ଚୂଡ଼ାନ୍ତ ବିଡିଂ ପର୍ଯ୍ୟାୟରେ ଜେଏସ୍‌ଡବ୍ଲ୍ୟୁ ୯୮.୫% ଦରରେ ଏହି ଖଣି ପାଇଛି। ପ୍ରତି ୧୦୦ ଟଙ୍କା ମୂଲ୍ୟର ଲୁହାପଥର ବିକ୍ରି ଉପରେ କମ୍ପାନି ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି (ଡିଏମ୍‌ଏଫ୍‌) ବାବଦରେ ୯୮ ଟଙ୍କା ୫୦ ପଇସା ପ୍ରଦାନ କରିବ। ନାରାୟଣପୋଷୀ ଲୁହାପଥର ବ୍ଲକ୍‌ରେ ୧୮୭.୬୦ ମିଲିୟନ୍‌ ଟନ୍‌ ଲୁହାପଥର ସହିତ ୦.୫୦୫ ମିଲିୟନ୍ ଟନ୍‌ ମାଙ୍ଗାନିଜ୍‌ ଗଚ୍ଛିତ ଅଛି।

ସମ୍ବନ୍ଧିତ ଖବର