ଧର୍ମଶାଳା: ଧର୍ମଶାଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚାରଣ କରିବା ଅଭିଯୋଗରେ ପୁଲିସ୍ ଜଣେ ବ୍ୟବସାୟୀକୁ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ଧର୍ମଶାଳା ବଜାରର ସେକ୍ ସିକନ୍ଦରକୁ ଆସନ୍ତାକାଲି ଚଣ୍ତିଖୋଲ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।
ପ୍ରକାଶ ଯେ, ଉକ୍ତ ନାବାଳିକା ଶୁକ୍ରବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ଧର୍ମଶାଳା ବଜାରରେ ଥିବା ସିକନ୍ଦରଙ୍କ ତେଜରାତି ଦୋକାନକୁ ସଉଦା ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କୁ ଏକାକୀ ପାଇ ଅଭିଯୁକ୍ତ ଅସଦାଚାରଣ କରିଥିଲା। ପରେ ନାବାଳିକାଙ୍କ ମା’ ଘଟଣା ସଂପର୍କରେ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇ ପୁଲିସ୍ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ସିକନ୍ଦରକୁ ଗିରଫ କରିଥିଲା।