ଧର୍ମପ୍ରାଣା ମହିଳାଙ୍କ ପରଲୋକ

କଟକ : ଭୁବନେଶ୍ବରସ୍ଥିତ ହୋଟେଲ୍ ଯଯାତିର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ସ୍ବର୍ଗତ ତ୍ରିନାଥ ସାହୁଙ୍କ ଧର୍ମପତ୍ନୀ କାମିନୀ ସାହୁ ଆଉ ନାହାନ୍ତି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ବାସଭବନରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ‌ହୋଇଥିଲା। ଶେଷ ଶଯ୍ୟା ନିକଟରେ ପୁଅ ବିଜୟ କୁମାର ସାହୁ, କିଶୋର କୁମାର ସାହୁ, ରମେଶ କୁମାର ସାହୁ, ତିନି ଝିଅ ଅନିତା ସାହୁ, ମମତା ସାହୁ, ସାନ ଝିଅ ତଥା ଡିଏଭି ପୋଖରୀପୁଟ ଅଧ୍ୟକ୍ଷା ଡକ୍ଟର ସୁଜାତା ସାହୁଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଖବର ପାଇ ଡିଏଭି ଜୋନ୍‌-୧ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀ, ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ୍ ମଦନମୋହନ ପଣ୍ଡାଙ୍କ ସମେତ ଭୁବନଶ୍ବେର ଡିଏଭି ଅନୁ୍ଷ୍ଠାନର ବହୁ ଶିକ୍ଷକଶିକ୍ଷିକା ସ୍ବର୍ଗତ କାମିନୀ ସାହୁଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ପୁରୀ ନିଆଯାଇଥିଲା। ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ ସଂପନ୍ନ ହୋଇଥିଲା। ବଡ଼ ପୁଅ ବିଜୟ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର