ଅନୁଗୁଳ ଇତିହାସରେ ଦ୍ବିତୀୟ ଘଟଣା: କାଙ୍ଗୁଲା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଅନୁଗୁଳ : ବହୁଚର୍ଚ୍ଚିତ କାଙ୍ଗୁଲା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀ ଓରଫ ଶ୍ରୀନିବାସ ଦେହୁରୀ(୨୩)କୁ ଦୋଷୀ ସାବ୍ୟସ୍ତ ଅନୁଗୁଳ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଶୁକ୍ରବାର ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି  । ଉକ୍ତ ଅଭିଯୁକ୍ତକୁ ଅନୁଗୁଳ ଜିଲ୍ଲା ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ କୋଲକାତାର ନ୍ୟୁ ମାର୍କେଟ ଅଂଚଳରୁୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହି ରାୟକୁ ଅନୁଗୁଳ ଇତିହାସରେ ଦ୍ବିତୀୟ ଘଟଣା ବୋଲି କୁହାଯାଉଛି। ସେହିଭଳି ରାଜ୍ୟରେ ପୋକସୋ ଅଦାଲତ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇବା ମଧ୍ୟ ପ୍ରଥମ।

ଉଲ୍ଲେଖଯୋଗ୍ୟ,  ଗତ ଜାନୁଆରି ୨୦ ତାରିଖ ଅପରାହଣ ପ୍ରାୟ ୩ଟାରେ ପାଇପ ମିସ୍ତ୍ରି ଭାବେ କାମ କରୁଥିବା କାଙ୍ଗୁଲା ନିବାସୀ ଅନାମ ଗାଁର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିଲା। ଏହି କାଣ୍ଡ ଭିଆଇବା ପରେ ସେ ଭୟରେ ଅନୁଗୁଳ ଆସି ଢେଙ୍କାନାଳ ଜିଲ୍ଲା ପର୍ଜଂଗ ଆଡ଼କୁ ପଳାଇ ଯାଇଥିଲା ସେଠାରୁ ଏକ ଟ୍ରକ୍‌ ଯୋଗେ କୋଲକାତା ଚାଲିଯାଇଥିଲା। ଏହି ନରକୀୟ କାଣ୍ଡକୁ କେନ୍ଦ୍ରକରି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ବିଭିନ୍ନ ରାଜନୈତିକ ତଥା ଅଣରାଜନୈତିକ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ଆନ୍ଦୋଳନ କରାଯାଇଥିଲା। ପରିସ୍ଥିତି କ୍ରମଶଃ ଜଟିଳ ଆକାର ଧାରଣ କରୁଥିଲା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।  ଅନୁଗୁଳ ଥାନା ଆଇଆଇସି ରମେଶ ବିଶୋଇ ଓ ସ୍ପେସାଲ ସ୍କ୍ଵାର୍ଡ ଏସ୍‌ଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ମଙ୍ଗଳବାର କୋଲକାତା ଯାଇଥିଲେ। ବହୁ ଖୋଜାଖୋଜି ପରେ ନ୍ୟୁ ମାର୍କେଟ ଅଂଚଳରୁ ଅନାମକୁ ଧରିଥିଲେ।

ସମ୍ବନ୍ଧିତ ଖବର