ଭାରତରେ ୧୭୦୦ କର୍ମଚାରୀଙ୍କୁ ଛଟେଇ କରିବ ନିସାନ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଏବେ ଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥା ଦେଖାଦେଇଛି । ଭାରତରେ ମଧ୍ୟ ବିଭିନ୍ନ ଅଟୋମୋବାଇଲ କମ୍ପାନିମାନେ କ୍ଷତି ସହୁଛନ୍ତି । ଏଥିଲାଗି ଆଗାମୀ ଦିନରେ ଅଟୋମୋବାଇଲ ଶିଳ୍ପରେ ବ୍ୟାପକ ଛଟେଇ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି । ଜାପାନୀ କାର ନିର୍ମାଣକାରୀ କମ୍ପାନି ନିସାନ ମୋଟର୍ସ ପକ୍ଷରୁ ସମଗ୍ର ବିଶ୍ୱରେ ପ୍ରାୟ ୧୨,୫୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି ।

ଏମାନଙ୍କୁ ଆସନ୍ତା ୩ ବର୍ଷରେ ପର୍ଯ୍ୟାୟକ୍ରମେ ଛଟେଇ କରାଯିବ । ଗତବର୍ଷଠାରୁ ଏପର୍ଯ୍ୟନ୍ତ ପ୍ରାୟ ୬୪୦୦ କର୍ମଚାରୀ ଛଟେଇ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ଭାରତରେ ପ୍ରାୟ ୧୭୦୦ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଜଣାପଡିଛି । ସେହିପରି ଆମେରିକାରେ ପ୍ରାୟ ୧୪୨୦, ମେକ୍ସିକୋରେ ୧୦୦୦ ଓ ଇଣ୍ଡୋନେସିଆରେ ୮୩୦ କର୍ମଚାରୀଙ୍କୁ ଛଟେଇ କରାଯିବ । କମ୍ପାନିର ଲାଭ ଗତ ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଥିବାରୁ ଖର୍ଚ୍ଚକାଟ କରିବାକୁ କମ୍ପାନି ଏହି ପଦକ୍ଷେପ ନେଇଛି । ଗତ ୧୦ ବର୍ଷ ତଳେ ଭାରତୀୟ ବଜାରରେ ପ୍ରବେଶ କରିଥିବା ନିସାନ ଏଠାରେ ବିଶେଷ ସଫଳ ହୋଇପାରିନାହିଁ ।

ସମ୍ବନ୍ଧିତ ଖବର