କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣା: ଶୋକ ଓ ମତାମତ

ନୂଆ ଉଦ୍‌ଘାଟନ ଅପେକ୍ଷା ମୌଳିକ କଥାକୁ ସଜାଡ଼
କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣା ଏକ ଅକଳ୍ପନୀୟ ତଥା ଏଡ଼ାଇ ଦିଆଯାଇ ପାରିବା ଭଳି ଘଟଣା ଅଟେ। ଆଜିର ଏଜିଆଇ ଓ ସାଟେଲାଇଟ୍‌ ଯୁଗରେ ଏଭଳି ଦୁର୍ଘଟଣା ସତରେ ଦୁର୍ଭାଗ୍ୟଜନକ। ବନ୍ଦେ ଭାରତ ଓ ତା’ ଭଳି କିଛି ମୁର୍ଖତାପୂର୍ଣ୍ଣ କାର୍ଯ୍ୟର ଉଦ୍‌ଘାଟନରେ ମାତିବା ଅପେକ୍ଷା, ଭାରତ ଏବେ ଦେଶର ସାଧାରଣ ସମସ୍ୟାଗୁଡ଼ିକୁ ଠିକ୍‌ କରିବାର ସମୟ। ଏଭଳି ଏକ କଠୋର ତଥା ବେପରୁୱା ବ୍ୟବସ୍ଥାର ଶୀକାର ହୋଇଥିବା ବ୍ୟକ୍ତି ଓ ପରିବାରଙ୍କ ପାଇଁ ମୁଁ ଭଗବାନଙ୍କ ନିକଟରେ ପାର୍ଥନା କରୁଛି।
ତଥାଗତ ଶତପଥୀ, ପୂର୍ବତନ ସାଂସଦ

ସେଲିବ୍ରିଟିଙ୍କ ଶୋକ
ଅକ୍ଷୟ କୁମାର, ସଲ୍‌ମାନ୍‌ ଖାନ୍‌, ଅଜୟ ଦେବଗନ, ସୁନିଲ ସେଟ୍ଟୀ, ଜୁନଅର୍‌ ଏନ୍‌ଟିଆର୍‌, ମାଧୁରୀ ଦିକ୍ଷିତ, ଚିରଞ୍ଜୀବୀ, ପରିଣିତି ଚୋପ୍ରା, ଜୁନିଅର୍‌ ଏନ୍‌ଟିଆର୍‌, ଆଲ୍ଲୁ ଅର୍ଜୁନ, କେଜିଏଫ୍‌ ହିରୋ ୟସ୍‌ ଓ ଆର୍‌ ମାଧବନ୍‌ଙ୍କ ଭଳି ବହୁ ତାରକା ଆଜି ଟ୍ବିଟ୍‌ କରି ମର୍ମନ୍ତୁକ ଟ୍ରେନ୍‌ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, କରୀନା କପୁର, ଅନୁଷ୍କା ଶର୍ମା, କୀର୍ତ୍ତି ସାନନ୍‌ ଓ ରାଧିକା ମଣ୍ଡାନା ପ୍ରମୁଖ ଟ୍ବିଟ୍‌ କରି ଦୁର୍ଘଟଣା ଯୋଗୁଁ କ୍ଷତିଗ୍ରସ୍ତ ଲୋକ ଓ ସେମାନଙ୍କ ସ୍ବଜନଙ୍କ ପାଇଁ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି।

ସଲ୍‌ମାନ୍‌ ଖାନ୍‌ ଟ୍ବିଟ୍‌ କରି ଲେଖିଛନ୍ତି, ଏଭଳି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାକୁ ନେଇ ମୁଁ ସ୍ତବ୍ଧ। ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ମୃତକଙ୍କ ପରିବାରକୁ ଭଗବାନ ଏ ଦୁଃଖ ସହିବାର ଶକ୍ତି ଓ ସାହାସ ଦିଅନ୍ତୁ। ଆହତଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଦିଅନ୍ତି।

ଖିଲାଡ଼ି କୁମାର ଓରଫ୍‌ ଅକ୍ଷୟ କୁମାର କହିଛନ୍ତି, ଓଡ଼ିଶାର ବାଲେଶ୍ବରରେ ଘଟିଥିବା ଏହି ଟ୍ରେନ୍‌ ଦୁର୍ଘଟଣାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ସେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଦୁର୍ଘଟଣାର ଶୀକାର ହୋଇଥିବା ସମସ୍ତ ବ୍ୟକ୍ତି ଓ ପରିବାର ଲୋକଙ୍କୁ ଏହି ଦୁଃଖଦ ସମୟରେ ସାହସ ବାନ୍ଧିବାକୁ ସେ କହିଛନ୍ତି।

ଅଜୟ ଦେବଗନ ଟ୍ବିଟ୍‌ କରି ଦୁର୍ଘଟଣାର ଶୀକାର ଲୋକମାନଙ୍କୁ ଓ ପରିବାର ଲୋକଙ୍କୁ ଶାନ୍ତ୍ବନା ଓ ସମବେଦନା ଜଣାଇଛନ୍ତି। ଏହି ଆହ୍ବାନପୂର୍ଣ୍ଣ ସମୟରେ ସାହସ ରଖିବାକୁ ସେ କହିଛନ୍ତି।

ସୁପରଷ୍ଟାର ଚିରଞ୍ଜୀବୀ ନିଜ ପ୍ରଶଂସକମାନଙ୍କୁ ରକ୍ତଦାନ କରିବାକୁ ଅନୁରୋଧ କରିଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ଥିବାରୁ ଏହା ଏବେ ଜରୁରି ବୋଲି ସେ କହିଛନ୍ତି।

କ୍ରିକେଟର୍‌ ବିରୋଟ କୋହଲି ଟ୍ବିଟ୍‌ କରି ଆହତଙ୍କ ଶୀଘ୍ର ଆରୋଗ କାମନା କରିବା ସହ ମୃତକଙ୍କ ପରିବାର ଓ ପ୍ରିୟଜନଙ୍କ ପାଇଁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର