ଶୋତକନ୍‌ କରାଟେ ପ୍ରତିଯୋଗିତା: ପୁରୀକୁ ଆସିଲା ୫୫ ପଦକ

ପୁରୀ : ଗତ ଦୁଇ ଦିନ ଧରି ମୟୁରଭଞ୍ଜରେ ଅନୁଷ୍ଠିତ ପ୍ରଥମ ମୟୁରଭଞ୍ଜ ଶୋତକନ୍‌ କରାଟେ ପ୍ରତିଯୋଗିତାରେ ପୁରୀର ୪୦ ଜଣ କରାଟେ ଛାତ୍ରଛାତ୍ରୀ ସମୁଦାୟ ୫୫ଟି ପଦକ ଜିଣି ପୁରୀ ପାଇଁ ଗୌରବ ଆଣିଛନ୍ତି। ସେଥିରୁ ୨୧ଟି ସ୍ବର୍ଣ୍ଣପଦକ ଥିବା ବେଳେ ୧୪ଟି ‌ରୌପ୍ୟ ଓ ୨୦ଟି କାଂସ୍ୟ ପଦକ ରହିଛି। ଗତ ୨୦ରୁ ମୟୁରଭଞ୍ଜ କରଞ୍ଜିଆର ରାମବାଟିକାରେ ଉଦ୍‌ଘାଟିତ ଏହି କରାଟେ ପ୍ରତିଯୋଗିତାରେ ପୁରୀ କରାଟେ ଆସୋସିଏସନ୍‌ର ମୁଖ୍ୟ ପ୍ରଶିକ୍ଷକ ରବିନାରାୟଣ ଖୁଣ୍ଟିଆଙ୍କ ନେତୃତ୍ବରେ ୪୦ ଜଣ କରାଟେ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର