କେନ୍ଦ୍ରାପଡ଼ା: ଶିକ୍ଷକଙ୍କ ଘରେ ଭିଜିଲାନ୍‌ସ୍‌ ଚଢ଼ାଉ; ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଜବତ

କେନ୍ଦ୍ରାପଡ଼ା: ଆୟ ବହିର୍ଭୁତ ସମ୍ପତି ରଖିଥିବା ଅଭିଯୋଗ ଆଧାରରେ ଶୁକ୍ରବାର ସକାଳେ ଜମପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ରଞ୍ଜନ କୁମାର ନାୟକଙ୍କ ଘରେ ଭିଜିଲାନ୍‌ସ୍‌ ପକ୍ଷରୁ ଚଢ଼ାଉ ଚାଲିଛି।

ଭିଜିଲାନ୍‌ସ୍‌ ଅଧିକାରୀମାନେ ଶ୍ରୀ ନାୟକଙ୍କ କଳପଡ଼ାସ୍ଥିତ ବାସଭବନ, ଶଶୁରଘର, ଜମପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଅଫିସ୍‌ ଏବଂ ସଡୁଙ୍କ ଘରେ ଏକ ସମୟରେ ଚଢ଼ାଉ କରିଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ରଞ୍ଜନଙ୍କ ଘରୁ ୫ଟି ଟ୍ରକ୍‌, ୫୦୦ ଗ୍ରାମ ସୁନା, ୨ଟି ମୋଟର୍‌ ସାଇକେଲ୍‌, ଗୋଟିଏ ଅଲ୍‌ଟୋ କାର୍‌ ଓ ପ୍ରାୟ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଅନ୍ୟାନ୍ୟ ସମ୍ପତ୍ତି ଜବତ ହୋଇଛି।

ଜବତ ଗାଡ଼ି ସବୁ ଋଣ ଦ୍ୱାରା ଅଣାଯାଇଛି ଏବଂ ତାଙ୍କ ସ୍ତ୍ରୀ ସେସବୁ ବିଷୟରେ ଦେଖାଶୁଣା କରନ୍ତି ବୋଲି ଶ୍ରୀ ନାୟକ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧିତ ଖବର