ନୂଆପଡ଼ା: ଜିଲ୍ଲାପାଳ ଅଫିସ୍‌ ଘେରିଲା କେନ୍ଦୁପତ୍ର କର୍ମଚାରୀ ସଂଘ

ନୂଆପଡ଼ା : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ୍‌ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ତୋଳାଳି, ଶ୍ରମିକ ଓ ସିଜିନାଲ୍‌ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୭ ଦଫା ଦାବିପତ୍ର ଡେପୁଟି କଲେକ୍ଟର ସୁଶାନ୍ତ ରଣାଙ୍କୁ ପ୍ରଦାନ କରିଛନ୍ତି। ଜିଲ୍ଲାର ୪୦ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ଅଢେଇ ମାସର ପ୍ରାପ୍ୟ ପ୍ରଦାନ, ସିଜିନାଲ୍‌ କର୍ମଚାରୀଙ୍କ ୨୦୧୯ର ବର୍ଦ୍ଧିତ ବକେୟା ଦରମା, ଇପିଏଫ ଲାଗୁ କରିବା, ବୁସ କଟିଂ, ଫଡ଼ି ଘର ମରାମତି, ପତ୍ର ଶୁଖା ବ୍ୟାପକ ଦୁର୍ନୀତିର ତଦନ୍ତ କରିବା ଆଦି ଦାବି କରାଯାଇଛି।

ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ସମସ୍ତ ପ୍ରାପ୍ୟ ଦିଆଯିବ ବୋଲି ଡିଏଫଓ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଆନ୍ଦୋଳନକାରୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଗାମୀ ୧୦ ଦିନରେ ସଂଘର ନ୍ୟାର୍ଯ୍ୟ ଦାବି ପୂରଣ ନହେଲ ସାରା ଡିଭିଜନ୍‌ରେ ସମ୍ପୂର୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି। କାର୍ଯ୍ୟକ୍ରମରେ ବାବୁଲାଲ ପଟେଲ, ଈଶ୍ୱର ଶବର, ଭକ୍ତ ଧରୁଆ, ଶ୍ରୀକାନ୍ତ ପୁରୋହିତ, ଡୋରେଶ୍ୱର ପଟେଲ, ମୁନ୍ନା ହରିଜନ, ଖାମ ସିଂହ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର