କେଏମବିବିରେ କ୍ୟାମ୍ପସ ଚୟନ

ଭୁବନେଶ୍ୱର: ପୁଣେସ୍ଥିତ ଭାରତର ପ୍ରସିଦ୍ଧ କମ୍ପାନି ଏପିଟୋମ କମ୍ପୋନେଣ୍ଟସ ପକ୍ଷରୁ କେଏମବିବି ଇଞ୍ଜିନିୟରିଂ କଲେଜ ଆଣ୍ଡ ଟେକ୍ନୋଲଜିରେ କ୍ୟାମ୍ପସ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ମେକାନିକାଲ, ଇଲେକ୍‌ଟ୍ରିକାଲ ଓ ଇଲେକଟ୍ରୋନିକ୍‌ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ପୁଣେସ୍ଥିତ କାରଖାନା ପାଇଁ ଚୟନ କରାଯାଇ ଆଗାମୀ ୧୧ ତାରିଖରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଏପିଟୋମ କମ୍ପୋନେଣ୍ଟସର ମାନବ ସମ୍ବଳ ଅଧିକାରୀଦ୍ୱୟ କୃତୀ ଛାତ୍ରଛାତ୍ରୀମାନଙ୍କୁ ଚୟନ କରିଥିଲେ। କେଏମବିବିର ଅଧ୍ୟକ୍ଷ ଦେବୀତୋଷ ଆଚାର୍ଯ୍ୟ କଲେଜ ତରଫରୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଲେଜର ନିର୍ଦ୍ଦେଶକ ଡ. ସରୋଜ ପଣ୍ଡା ଏବଂ ଡ. ଅଶ୍ୱିନୀ ମହାନ୍ତି ଏହି ଅବସରରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର