ଡାହାଣୀ ସନ୍ଦେହରେ ୫ ଜଣଙ୍କୁ ହତ୍ୟା ମାମଲା: ୬ ଜଣଙ୍କୁ କୋର୍ଟ ଚାଲାଣ

ରାଉରକେଲା/କୋଇଡ଼ା : ଡାହାଣୀ ସନ୍ଦେହରେ ମହିଳା ଓ ତାଙ୍କର ୪ ସନ୍ତାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି କୂଅରେ ପକାଇ ଦେବା ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଆଜି ପୁଲିସ ବଣାଇଁ କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନ ମିଳିବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଜଣେ ଯୁବକ ଫେରାର୍‌ ଥିବା ଜଣାପଡ଼ିଛି। ଆଜି ରାଉରକେଲାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କବିତା ଜଲାନ୍‌ କହିଥିଲେ, ଡାହାଣୀ ସନ୍ଦେହ ହିଁ ଏହି ଗଣହତ୍ୟାର ପ୍ରମୁଖ କାରଣ। ମୃତ ମହିଳାଙ୍କ ସ୍ବାମୀଙ୍କ ଏତଲା କ୍ରମେ କୋଇଡା ପୁଲିସ ଗତ ୨୬ ତାରିଖ ଦିନ ଥାନାରେ ମାମଲା ରୁଜୁ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଶାବଳ, କୋଦାଳ, ଓଆର ୦୯ ଏ ୨୪୩୦ ନମ୍ବର ଏଚଏଫ୍ ଡିଲକ୍ସ ମୋଟର ସାଇକଲ୍, ଦୁଇଟି ରକ୍ତ ଭିଜା ଜ୍ୟାକେଟ୍‌ ଏବଂ ଗୁଣିଆ ଘରୁ ପୂଜା ସାମଗ୍ରୀ ଜବତ ହୋଇଥିଲା। ମାଙ୍ଗିରୀ ମୁଣ୍ଡା (୩୦) ଏବଂ ତାଙ୍କର ୪ ସନ୍ତାନ ମଧ୍ୟରୁ ଝିଅ ତୁଳସୀ ମୁଣ୍ଡା (୧୨), ପୁଅ ଟେକଲା ମୁଣ୍ଡା (୭), ଚାମରା ମୁଣ୍ଡା (୪) ଏବଂ ବର୍ଷକର ଝିଅ ରଇବାରୀ ମୁଣ୍ଡା ହତ୍ୟାକାଣ୍ଡର ଶିକାର ହୋଇଥିଲେ। ଜଣେ ଗୁଣିଆର ଅନ୍ଧବିଶ୍ୱାସ ଟିପ୍ପଣୀ ପାଇଁ ପରିବାରର ପାଞ୍ଚ ଜଣଙ୍କୁ ହତ୍ୟା କରାଯାଇଛି।

ଅଭିଯୁକ୍ତ ଡେବ୍ରା ମୁଣ୍ଡାର ବୟାନ ଅନୁସାରେ, ତାଙ୍କ ଝିଅ ମାସକ ତଳେ ମୃତ୍ୟୁ ଘଟିଥିଲା ଓ ପରେ ତାଙ୍କର ଆଉ ଜଣେ ଝିଅ ଅସୁସ୍ଥ ହୋଇଥିଲା। ଗାଁର ଗୁଣିଆ ବୁଧରାମ ମୁଣ୍ଡା ବଡ଼ ଝିଅର ମୃତ୍ୟୁ ଓ ସାନ ଝିଅ ର ଅସୁସ୍ଥ ହେବାର କାରଣ ପଛରେ ମାଙ୍ଗିରି ମୁଣ୍ଡା ଓ ତାଙ୍କ ପରିବାରର ସଦସ୍ୟଙ୍କ ଡାହାଣୀ ବିଦ୍ୟା କାରଣ ଥିଲା ବୋଲି ସେ କହିଥିଲା। ତେଣୁ ଡେବ୍ରା ସେମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଡେବ୍ରା ନିଜ ସ୍ତ୍ରୀର ସମ୍ପର୍କୀୟ ଭାଇ ରାଜୁ ମୁଣ୍ଡା, ସାଲୁ ମୁଣ୍ଡା, ଡଗମ ମୁଣ୍ଡା,ସୁନିଲ ମୁଣ୍ଡା  ଓ ସଢୁ ମୋଟୁ ମୁଣ୍ଡାଙ୍କୁ ହତ୍ୟାକାଣ୍ଡ ପାଇଁ ରାଜି କରାଇଥିଲା। ୨୪ ତାରିଖ ରାତି ୮ଟାରେ ୪ ଜଣ ମୋଟର ସାଇକଲ୍‌ରେ ସେଠାରେ ପହଞ୍ଚିଥିଲେ। କବାଟ ଭାଙ୍ଗି ଜଣକ ପରେ ଜଣକୁ ହତ୍ୟା କରି ଶବଗୁଡ଼ିକୁ କୁଅରେ ପକାଇ ଦେଇଥିଲେ। ତେବେ ଏହି ଘଟଣାର ଅନ୍ୟ ଅଭିଯୁକ୍ତ ସୁନୀଲ ମୁଣ୍ଡା ସମେତ ଅନ୍ୟ କେତେ ଜଣ ଫେରାର୍‌ ହୋଇଯାଇଛନ୍ତି। ଗତ ଦେଢବର୍ଷ ଭିତରେ ସେହି ଅଞ୍ଚଳରେ

ସମ୍ବନ୍ଧିତ ଖବର