କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟ ଭରା ପଥର ବଦଳରେ ସାଦା ପଥର ଲାଗିବା ପ୍ରସଙ୍ଗରେ ମୁହଁ ଖୋଲିଲା ଏଏସ୍‌ଆଇ

ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)  କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟ ଭରା ପଥର ବଦଳରେ ସାଦା ପଥର ଲାଗିବା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଛି । ଏଏସଆଇ ପକ୍ଷରୁ କୁହାଯାଇଛି କି, ବିଗତ ୧୫ ବର୍ଷ ଧରି କୋଣାର୍କ ମନ୍ଦିରରେ କୌଣସି ପଥର ବଦଳାଇ ନୂଆ ପଥର ଲାଗାଯାଇ ନାହିଁ। ବର୍ତ୍ତମାନ କୋଣାର୍କ  ମନ୍ଦିର  ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ  ଅରୁଣ ମଲ୍ଲିକ କହିଛନ୍ତି। କେବଳ ଫାଙ୍କା ଥିବା ସ୍ଥାନରେ ହିଁ ସାଦା ପଥର ଲଗାଯାଇଛି ।  ପଥର ବଦଳା ଯାଇନାହିଁ ବୋଲି ଏଏସଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ଏଥି ସହ  ଏଏସଆଇ ଆହୁରି ପକ୍ଷରୁ ସ୍ପଷ୍ଟ କରାଯାଇଛି କି, ମନ୍ଦିରକୁ ସୁରକ୍ଷା ଦେବା ପାଇଁ ଉଭୟ ଏଏସଆଇ ଏବଂ ୟୁନୋସ୍କୋ ଗାଇଡ ଲାଇନ ଅନୁସାରେ ସାଦା ପଥର ଲଗାଯାଇଛି । ପୁରୀ ମନ୍ଦିର ସିଂହଦ୍ୱାରରୁ ମରାମତି ପାଇଁ କଢାଯାଇ ଥିବା ଦଶାବତାର ମୂର୍ତ୍ତି ସଂପୂର୍ଣ୍ଣ ସୁରକ୍ଷିତ ଭାବରେ ଏଏସଆଇ ନିକଟରେ ରହିଛି । ମନ୍ଦିରର ମରାମତି କାମ ସରିଲେ ତାକୁ ପୁନର୍ବାର ସ୍ଥାପନା କରିବା ବନ୍ଦୋବସ୍ତ କରାଯିବ ବୋଲି ଏଏସଆଇ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ କହିଛନ୍ତି ।

ସମ୍ବନ୍ଧିତ ଖବର