କୋରାପୁଟ: ଜୟପୁରରେ ‘ସହିଦ ଲକ୍ଷ୍ମଣ ନାୟକ ପଥୋତ୍ସବ’

ଜୟପୁର: ରବିବାର ସକାଳେ ଜୟପୁର ଠାରେ ମହା ସମାରୋହରେ ପାଳିତ ହୋଇଛି ‘ସହିଦ ଲକ୍ଷ୍ମଣ ନାୟକ ପଥୋତ୍ସବ’। ଏଥିରେ ରଙ୍ଗୋଲି, ଆଖଡ଼ା, ବାଟିଖେଳ, ଯୋଗାସନ, ଚିତ୍ରାଙ୍କନ ଆଦି ୨୨ ପ୍ରକାର ଖେଳ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।

ସକାଳ ସାଢ଼େ ସାତରୁ ସାଢ଼େ ନଅଟା ଯାଏଁ ଜୟପୁରର ମୁଖ୍ୟ ରାସ୍ତାରେ ଅନୁଷ୍ଠିତ ହୋଇଥିବା ପଥୋତ୍ସବରେ ୧୦ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ଅନୁପମ ଶାହା, ଉପଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ବିଧାୟକ ତାରାପ୍ରସାଦ ବାହିନୀପତି, ସାଂସଦ ଝିନ୍ନ ହିକ୍‌କା ଏବଂ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ପ୍ରମୁଖ ଏହି ଉତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର