କୋଟିଆରେ ନିର୍ବାଚନ ପରେ କୁଆଡେ ଯିବେ ଦୁଇପାଖିଆ ଭୋଟର? ଓଡ଼ିଶା ନାଁ ଆନ୍ଧ୍ରପଦେଶ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଓଡ଼ିଶା ସରକାର ମତଦାନ ସଂଗ୍ରହ କରାଇବା ପରେ ଚିନ୍ତାରେ ପଡିଛି ଆନ୍ଧ୍ର ସରକାର। ଗତବର୍ଷ ସେମାନେ ତିନିଟି ପଞ୍ଚାୟତ କରି କରାଇଥିବା ମତଦାନରେ ମାତ୍ର ୩୭୫ ଭୋଟ ପଡିଥିବାବେଳେ ଓଡ଼ିଶା ସରକାର ୭୩ ପ୍ରତିଶତ ମତଦାନ ସଂଗ୍ରହ କରି ପ୍ରମାଣ କରାଇଦେଇଛନ୍ତି ଯେ କୋଟିଆ ଲୋକ ଓଡ଼ିଶା ଛାଡି ଯିବାକୁ ଚାହୁଁନାହାନ୍ତି ବୋଲି । କୋଟିଆ ଗ୍ରାମପୁଞ୍ଜର ମାଡକାରରେ ୩୨୫, ଫଗୁଣସିନେରୀରେ ୫୫୬, ରଣସିଂହରେ ୧୮, ଆରୁଜୁବାଲସାରେ ୩୮୨, ତଳସେମ୍ବୀରେ ୬୯, ବରାବନ୍ଧରେ ୩୮୭, ଥୁରିଆରେ ୫୪୮, କରନିଆଗୁଡାରେ ୨୧୭, ତାଉପଦରରେ ୫୦୨, ମଥାଲଆମ୍ବରେ ୬୮୧, କୋଟିଆରେ ୪୪୧, ଉପରସେମ୍ବରେ ୨୪୭, ଗଞ୍ଜ‌େଇ ପଦରରେ ୬୨୪ ଜଣ ଭୋଟର ରହିଛନ୍ତି।

ପାଖାପାଖି ୫୧୯୭ ଜଣଙ୍କ ମଧ୍ୟରୁ ୨୪୨୫ ଜଣ ପୁରୁଷ ଓ ୨୭୭୨ ଜଣ ମହିଳା ରହିଛନ୍ତି। ଦ୍ବତୀୟ ପର୍ଯ୍ୟାୟରେ ହୋଇଥିବା ମତଦାନରେ କୋଟିଆର ବାସିନ୍ଧା ସେମାନଙ୍କର ମନପସନ୍ଦ ନେତାକୁ ମତଦାନ କରିଛନ୍ତି। ଜିଲ୍ଲାପ୍ରଶାସନ ପକ୍ଷରୁ ଭୋଟ ବାକ୍ସକୁ ଅଣାଯାଇଛି କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ହେଲେ ଆନ୍ଧ୍ର ପକ୍ଷରୁ ହୋଇଥିବା ନିର୍ବାଚନରେ ମାତ୍ର ୩୭୫ଟି ଭୋଟକୁ ନେଇ କୋଟିଆରେ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ଏହିଠାରେ ରହିଥିବା ଆନ୍ଧ୍ରର ଏଜେଣ୍ଟଙ୍କ ସହଯୋଗରେ ଆନ୍ଧ୍ର ପ୍ରଶାସନ ଏହିଠାରେ ନିର୍ବାଚନ କରାଇ ନେଇଥିଲା। ଖାଲି ନାରେଡିବାଲସାରେ ବୁଥ କରାଇଥିବାବେଳେ ଫଗୁଣସିନାରୀ ଓ ଫାଟୁ ସିନେରୀ ବାସିନ୍ଧା ଥୋନମକୁ ଯାଇ ମତଦାନ କରିବାକୁ ଯୋଜନା ରହିଥିଲା। ଥୋନମ୍‌କୁ ଦୁଇ ଦୁଇ ଗାଁର ଲୋକେ ଯାଇ ପାରି ନଥିବାବେଳେ କେବଳ ନାରେଡି ବାଲସାରେ ମତଦାନ ହୋଇଥିଲା।

ସେଦିନ ଦିନ ୧୧ଟା ସୁଦ୍ଧା ମାତ୍ର ୯ଟି ଭୋଟ ‌ପଡିଥିବାବେଳେ ଦିନ ୪ଟା ବେଳକୁ ୩୭୫ ଜଣ ଯାଏ ଯାଇଥିଲା। ଫୋର୍ସ ପୁରାଇ ଆନ୍ଧ୍ର ପ୍ରଶାସନ ଗାଁରୁଲୋକଙ୍କୁ ଆଣି ମତଦାନରେ ସାମିଲ କରାଇଥିଲେ ଆନ୍ଧ୍ର ପ୍ରଶାସନ। ତେବେ ଦେଶରେ ଅନ୍ୟ କୌଣସି ଠାରେ ଗୋଟିଏ ଗାଁର ଲୋକଙ୍କ ପକ୍ଷରୁ ଦୁଇଟି ଭୋଟର କାର୍ଡ ନ ଥିବାବେଳେ କୋଟିଆରେ ରହିଥିବା ଆନ୍ଧ୍ର ଏଜେଣ୍ଟ ଏହ‌ିଠାରେ ୩୭୫ରୁ ଅଧିକ ଲୋକଙ୍କର ଦୁଇ ଦୁଇଟି ଭୋଟର କାର୍ଡ ରହିଛି। ପୂର୍ବରୁ ଏହିଠାରେ ଆନ୍ଧ୍ର ମନନୟନ କରୁଥିବାବେଳେ ଗତବର୍ଷ ନିର୍ବାଚନ କରାଇଥିଲା। ଏହାର ବହୁପୂର୍ବରୁ ଏହିଗାଁର ଲୋକଙ୍କୁ ଭୋଟରକାର୍ଡ ପ୍ରଦାନ କରାଇଥିଲା କୋରାପୁଟ ଜିଲ୍ଲା ପ୍ରଶାସନ। ତେବେ କିପରି ଗୋଟିଏ ରାଜ୍ୟର ଭୋଟର କାର୍ଡ ରହିଥିବାବେଳେ ଆନ୍ଧ୍ରର କର୍ମଚାରୀ କିପରି ଓ କେଉଁ ଉଦ୍ଦେଶ୍ୟ ନେଇ ସେମାନଙ୍କୁ ପୁଣି ଥରେ ଭୋଟ କାର୍ଡ ଦେ‌ଇ ନିର୍ବାଚନ କରାଇଥିଲା ତାହାକୁନେଇ ନାନା ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର