ତାମିଲନାଡୁରୁ ଗାଁକୁ ଆସିଲା ଶ୍ରମିକଙ୍କ ମୃତଦେହ

ବରୀ : ସାହୁପଡ଼ା ପଞ୍ଚାୟତ ହଳଦୀବସନ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା(୫୨) ତାମିଲନାଡୁର କୋଏମ୍ବାଟୁରରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ୮ ତାରିଖ ଦିନ ସେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାରରେ ସେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବାବେଳେ ମୃତଦେହକୁ ଗାଁକୁ ଫେରାଇ ଆଣିବା ଘର ଲୋକଙ୍କ ପକ୍ଷେ ସମ୍ଭବ ନଥିଲା। ଏନେଇ ଓଡ଼ିଆ ମହାମଞ୍ଚର ସେକ୍ରେଟାରି ମନୋଜ ନାୟକ ଓ ବରୀ ବିଧାୟିକା ସୁନନ୍ଦା ଦାସଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ନାୟକ ଏନେଇ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ। ଏହାପରେ ବୁଧବାର ଦିନ ପୂର୍ଣ୍ଣଚନ୍ଦ୍ରଙ୍କର ମରଶରୀର ଓଡ଼ିଶା ଫେରିଛି।

ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ ଦାଶ, ଯାଜପୁର ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ବିମଳ ଦାସ ମରଶରୀରକୁ ତାଙ୍କ ଗ୍ରାମ ହଳଦୀବସନ୍ତରେ ପହଞ୍ଚାଇଛନ୍ତି। ସଂଧ୍ୟାରେ ବରୀ ବିଧାୟିକା ସୁନନ୍ଦା ଦାସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର