ବିଶାଳ ଓଡ଼ିଶା କ୍ରାନ୍ତି ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ବର : ନାଗାବଳୀ ନଦୀ ଆନ୍ଧ୍ରପ୍ରଦେଶରେ ମାତ୍ର ୪୦ କିମି ଥିବା ବେଳେ ଓଡ଼ିଶାରେ ପ୍ରାୟ ଦୁଇଶହ କିମି ରହିଛି। ଆନ୍ଧ୍ର ଏହି ୪୦ କିମି ମଧ୍ୟରେ ଦୁଇଟି ବୃହତ୍‌ ବ୍ୟାରେଜ୍‌ ନିର୍ମାଣ କରି ତିନିଲକ୍ଷରୁ ଅଧିକ ଚାଷୀଙ୍କୁ ଜଳଯୋଗାଣ କରୁଛନ୍ତି। କିନ୍ତୁ ଓଡ଼ିଶାର ଦୁଇଶହ କିମି ମଧ୍ୟରେ ଗୋଟିଏ ମଧ୍ୟ ବ୍ୟାରେଜ୍‌ ନିର୍ମାଣ କରାଯାଇନାହିଁ। ଫଳରେ ସବୁ ପାଣି ସମୁଦ୍ରକୁ ଯାଉଛି। ସରକାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ରାୟଗଡ଼ା ଜିଲ୍ଲାରେ ପ୍ରବାହିତ ନାଗାବଳୀ ନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ କଲେ, ଓଡ଼ିଶାର ଲକ୍ଷାଧିକ ଚାଷୀ ଉପକୃତ ହେବେ। ବ୍ୟାରେଜ୍‌ ହେଲେ ଏଠାରେ ଏକ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କରାଯାଇ ବିଦ୍ୟୁତ୍‌ ଉତ୍ପାଦନ କରାଯିବାକୁ ବିଶାଳ ଓଡ଼ିଶା କ୍ରାନ୍ତି ପରିଷଦ ପକ୍ଷରୁ ମୁ୍ଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ତୁରନ୍ତ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଏହି କାର୍ଯ୍ୟକୁ ତ୍ବରାନ୍ବିତ କରନ୍ତୁ ବୋଲି ପରିଷଦର ସଭାପତି ପ୍ରଭାତ ଦାଶ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର